ବଢିଲା ଓମ୍‌ଫେଡ୍‌ କ୍ଷୀରର ଦାମ୍, ଲିଟର ପିଛା ୪ ଟଙ୍କା ବୃଦ୍ଧି

Published By : Prameya-News7 Bureau | June 21, 2025 IST

ଭୁବନେଶ୍ୱର ୨୧।୦୬ : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦାମ୍‌  । ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା ଓମ୍‌ଫେଡ୍‌ କ୍ଷୀରର ଦାମ୍‌ । ଓମ୍‌ଫେଡ୍‌ର ପ୍ରିମିୟମ କ୍ଷୀର ଦର ଅଧ ଲିଟର ଦାମ୍‌ ୨୬ଟଙ୍କାରୁ ବଢି ୨୭ ଟଙ୍କା ହୋଇଛି । ବାକି ଓମ୍‌ଫେଡ୍‌ ଗୋଲ୍ଟ ମିଲ୍କ ଲିଟର୍‌ ପିଛା ୫୨ ଥିଲା । ଏବେ ଏହା ବଢି ୫୬ ଟଙ୍କା ହୋଇଛି । ସେହିପରି ଓମ୍‌ଫେଡ୍‌ ଟନ୍‌ଡ୍‌ ମିଲ୍‌କ ଲିଟର ପିଛା ୪୬ ଟଙ୍କା ଥିଲା । ଆଉ ବର୍ଦ୍ଧିତ ଦର ପରେ ୫୦ଟଙ୍କାରେ ପହଞ୍ଚିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.