ଓଏମ୍‌ସି ପକ୍ଷରୁ ବିଶ୍ଵ ସିକଲସେଲ୍ ଆନେମିଆ ନିରାକରଣ ସଚେତନତା ଅଭିଯାନ

Published By : Prameya-News7 Bureau | June 20, 2025 IST

ଭୁବନେଶ୍ୱର ୨୦।୬: ବିଶ୍ଵ ରକ୍ତ ଶିକୁଳି ଦିବସ ବା ସିକଲସେଲ ଆନେମିଆ ନିରାକରଣ ଅବସରରେ ଓଡ଼ିଶା ଖଣି ନିଗମ ପକ୍ଷରୁ ସଚେତନତା ଅଭିଯାନ । ଖଣି ପାର୍ଶ୍ଵବର୍ତ୍ତୀ ଗ୍ରାମୀଣ ଅଞ୍ଚଳରେ ଏହି ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଜିଲ୍ଲାରେ ଥିବା ଓଏମସିର କାର୍ଯ୍ୟକ୍ଷମ ଖଣି ଅଞ୍ଚଳରେ ସିକଲସେଲ ସଚେତନତା ବ୍ୟାପକ କରିବା ଲକ୍ଷ୍ୟରେ ଓଏମ୍‌ସିର ଭ୍ରାମ୍ୟମାଣ ସ୍ବାସ୍ଥ୍ୟଯାନ ‘ଆରୋଗ୍ୟବାହିନୀ’ ମାଧ୍ୟମରେ ଶିବିର ଅନୁଷ୍ଠିତ ହୋଇଥିଲା । 

ଏହି ‘ଆରୋଗ୍ୟବାହିନୀ’ କୋରାପୁଟ, କେନ୍ଦୁଝର, ଯାଜପୁର ଏବଂ ବଡବିଲ ଖଣି ଅଞ୍ଚଳରେ ସ୍ଥିତ ଜିଲିଙ୍ଗ ଦୈତାରୀ, ଲକ୍ଷ୍ମୀପୁର, କାଳିଆପାଣି, ଶୁଆକାଟି ଏବଂ ସେରେଣ୍ଡା ଠାରେ ସଚେତନତା ଶିବିର ଆୟୋଜିତ ହୋଇଥିଲା । ଏହା ମାଧ୍ୟମରେ ସିକଲସେଲ ବା ରକ୍ତ ଶିକୁଳି ରୋଗ ନିରାକରଣ ବିଷୟରେ ଜନ ସାଧାରଣଙ୍କୁ ସଚେତନ କରିବା ସହିତ ରକ୍ତ ଶିକୁଳି ଓ ରକ୍ତହୀନତାର କାରଣ ଓ ନିରାକରଣ ତଥା ରୋଗ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ସର୍ବସାଧାରଣରେ ସଚେତନତା ସୃଷ୍ଟି କରାଯାଇଥିଲା । 

ସୂଚନାଯୋଗ୍ୟ ଯେ, ଓଏମସିର ଭ୍ରାମ୍ୟମାଣ ସ୍ବାସ୍ଥ୍ୟଯାନ ‘ଆରୋଗ୍ୟବାହିନୀ’ ବର୍ତ୍ତମାନ ଖଣି ଅଞ୍ଚଳ ଆଖପାଖରେ ଥିବା ୮୫ଟି ଚିହ୍ନଟ ଗ୍ରାମରେ ୬ଟି ମୋବାଇଲ୍ ହେଲ୍ଥ ୟୁନିଟ୍ ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ଚିକିତ୍ସା ସେବା ପ୍ରଦାନ ବ୍ୟତୀତ ଏହା ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଗମ ଏବଂ ସୁବିଧାଜନକ କରିଛି । ଏହି ପ୍ରୟାସ ମାଧ୍ୟମରେ ଦୁର୍ଗମ ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ସିଧାସଳଖ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହିତ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ଏହି ପ୍ରୟାସ ମାଧ୍ୟମରେ ଗ୍ରାମବାସୀଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ, ପ୍ରାଥମିକ ସ୍ୱାସ୍ଥ୍ୟସେବା, ମାଗଣା ଚିକିତ୍ସା ସୁବିଧା, ଔଷଧ ଯୋଗାଣ, ପ୍ରତିରୋଧକ ସ୍କ୍ରିନିଂ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶେଷ ସହାୟତା ପ୍ରଦାନ କରାଯାଉଛି । ଏହାଦ୍ବାରା ୧.୫୦ ଲକ୍ଷରୁ ଅଧିକ ଲୋକ ସକାରାତ୍ମକ ଭାବରେ ଉପକୃତ ହେଉଛନ୍ତି ।

You Can Read:

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କ ଦେହାନ୍ତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.