suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୩୭୦ ଓ ୩୫-ଏ ପ୍ରତ୍ୟାହାରରେ ଦେଶରୁ କାଶ୍ମୀର ବିଛିନ୍ନ ହୋଇଯାଇଛି କହିଲେ ଓମାର ଅବଦୁଲ୍ଲା, ଜାଣନ୍ତୁ କ’ଣ କହିଛନ୍ତି ଫାରୁକ୍

6/11/2020 at 6:26 PM

ଜମ୍ମୁ ୬।୧୧:  ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ୩୫-ଏ ପ୍ରତ୍ୟାହାର ରାଜ୍ୟକୁ ପୂର୍ବାପେକ୍ଷା ଦେଶରୁ ଅଧିକ ପୃଥକ କରିଦେଇଛି। ଶୁକ୍ରବାର ନ୍ୟାସନାଲ କନଫରେନ୍ସ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ଓମାର ଅବଦୁଲ୍ଲା ଏହା କହିଛନ୍ତି। ସେ କହିଛନ୍ତି ଯେ ସମ୍ବିଧାନର ଧାରା ଉଚ୍ଛେଦ ହେବାର ୧ ବର୍ଷ ୩ ମାସ ବିତିଗଲାଣି।  ଏହା କମ୍ ସମୟ ନୁହେଁ ହେଲେ ସରକାର ଏବାବଦେ ଦେଇଥିବା ପ୍ରତିଶ୍ରୁତିରୁ ଗୋଟିଏ ବି ପୂରଣ କରିପାରି ନାହାନ୍ତି।

ସରକାର କହିଥିଲେ ଅନ୍ୟ ରାଜ୍ୟଙ୍କ ଭଳି ଜମ୍ମୁ-କାଶ୍ମୀର ମଧ୍ୟ ଦେଶର ଏକ ସାଧାରଣ ରାଜ୍ୟ ହୋଇଯିବ, ହେଲେ କାହିଁ ? ଦୀର୍ଘ ୧ ବର୍ଷ ପରେ ଜମ୍ମୁ-କାଶ୍ମୀର ଭାରତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଥିବା ପରି ମନେ ହେଉଛି। କେବଳ ଏତିକି ନୁହେଁ ବିକାଶର ସ୍ୱର୍ଣ୍ଣିମ ସ୍ୱପ୍ନ ମଧ୍ୟ ଦେଖାଯାଇଥିଲା ନାଗରିକଙ୍କୁ। ହେଲେ ବିକାଶ ପାଇଁ ବର୍ଷେ ୩ ମାସରେ ଗୋଟିଏ ବି ନୂଆ ପ୍ରକଳ୍ପ ରାଜ୍ୟରେ ଆରମ୍ଭ ହୋଇନଥିବା କହିଛନ୍ତି ଓମାର।

ସମ୍ମିଳନୀରେ ନ୍ୟାସନାଲ କନଫରେନ୍ସର ସଂସ୍ଥାପକ ଫାରୁକ ଅବଦୁଲ୍ଲା ଯୋଗଦେଇ କାଶ୍ମୀର ପଣ୍ଡିତ ଓ ପାକିସ୍ତାନ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଗତ ୨୮ ବର୍ଷ ହେଲା କାଶ୍ମୀର ପଣ୍ଡିତମାନେ ସେମାନଙ୍କ ଘରକୁ ଫେରିବା ଲାଗି ଅପେକ୍ଷା କରି ରହିଛନ୍ତି। ବିଜେପି ସରକାରର ପ୍ରଥମ ୫ ବର୍ଷରେ ଏ ବାବଦେ କିଛି କରିପାରିଲେନି ଏବେବି ସେମାନଙ୍କ ଲାଗି କିଛି କରିବା ଭଳି ଲାଗୁ ନାହିଁ ବୋଲି କହିଛନ୍ତି ଫାରୁଖ୍।

ପାକିସ୍ତାନ ପ୍ରସଙ୍ଗରେ ଫାରୁଖ କହିଲେ ଯେ କାଶ୍ମୀର ଯଦି ପାକିସ୍ତାନ ଶାସନାଧୀନ ରହିବାକୁ ଚାହିଁଥାନ୍ତା ୧୯୪୭ରେ ନିଜର ନିଷ୍ପତ୍ତି ନିଜେ କରିପାରିଥାନ୍ତା। କିନ୍ତୁ ଆମେ ଦେଶ ପାକିସ୍ତାନ ନୁହେଁ ଆମେ ଭାରତୀୟ ଏଣୁ ଭାରତ ଆମର ଦେଶ ବୋଲି ସେ କହିଛନ୍ତି। ତେବେ କାଶ୍ମୀର ଯେଉଁ ଭାରତର ତାହା ମହାତ୍ମା ଗାନ୍ଧିଙ୍କ ଭାରତ ବିଜେପିର ନୁହେଁ ବୋଲି ସେ କହିଛନ୍ତି।  

   Related Posts