suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୟୁଥ୍‌ ଟ୍ବେଣ୍ଟି ଇଣ୍ଡିଆ କୋଷାଧ୍ୟକ୍ଷ ହେବେ ଓମ୍ ପ୍ରିୟଦର୍ଶୀ, ଯୁବ ଓଡ଼ିଆ ଭା​ବେ ବିରଳ ସୁଯୋଗ

9/12/2022 at 2:38 PM

ଭୁବନେଶ୍ବର, ୯/୧୨: Y20 ଇଣ୍ଡିଆର କୋଷାଧ୍ୟକ୍ଷ ହେବେ ଓଡ଼ିଆ ପୁଅ ଓମ୍ ପ୍ରିୟଦର୍ଶୀ । ଏନେଇ ତାଙ୍କୁ  Y20 ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯିବା ସହ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। Y20 ଇଣ୍ଡିଆର କୋଷାଧ୍ୟକ୍ଷ ହେବା ପରେ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି।

ଓମ୍ ପ୍ରିୟଦର୍ଶୀ ପାଇକ ଯୁବ ସମୁଦାୟର ନେତା, ଜଣେ ଛାତ୍ର ତଥା ଜଣେ ସମାଜସେବୀ ଭାବରେ ମଧ୍ୟ ପରିଚିତ। ପ୍ରଧାନମନ୍ତ୍ରୀ ଯୁବ ଲେଖକ ପୁରସ୍କାରରେ ଭୂଷିତ ହୋଇଛନ୍ତି। ଏନଆଇଟି ରାଉରକେଲାରୁ ଡେଭେଲପମେଣ୍ଟ ଷ୍ଟଡିରୁ ଶିକ୍ଷା ଶେଷ କରିଥିବା ‌ଓମ୍ ପ୍ରକାଶ ଭାରତର ସବୁ ରାଜ୍ୟ ବୁଲିଛନ୍ତି। ଜୀବନରେ ଅନ୍ତତଃ ଥରେ ସବୁ ଦେଶ ବୁଲିବାକୁ ଚାହୁଥିବା ନେଇ କହିଛନ୍ତି ଓମ୍ ପ୍ରକାଶ।

ଭବିଷ୍ୟତ ପିଢ଼ି ସହିତ ସହଯୋଗର ବିକାଶ ପାଇଁ Y20 ଏକ ଫୋରମ୍ ଏବଂ ଜି ୨୦  ଏଜେଣ୍ଡା ସହ ଜଡ଼ିତ ପ୍ରସଙ୍ଗ ଗୁଡ଼ିକ ଉପରେ ଯୁବବର୍ଗଙ୍କ ପରାମର୍ଶ ଶୁଣିବାକୁ ଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ।

   Related Posts