ଶାଳିଆ ନଦୀରେ ଭାସିଗଲେ ବୃଦ୍ଧ, ମିଳୁନି ପତ୍ତା : ଖୋଜୁଛି ଦମକଳ ବାହିନୀ

Published By : Prameya-News7 Bureau | September 20, 2021 IST

ଟାଙ୍ଗୀ ୨୦।୯: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଅଘଟଣ । ବାଣପୁର ସ୍ଥିତ ଶାଳିଆ ନଦୀରେ ଶୌଚ ପାଇଁ ଯାଇଥିବା ବେଳେ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ସୋମବାର ସକାଳ ପ୍ରାୟ ୬ଟାରୁ ୭ଟା ମଧ୍ୟରେ ମାଣିକପୁର ଗ୍ରାମର ଚରଣ ବେହେରା ଶୌଚ ପାଇଁ ମାଣିକପୁର ଗ୍ରାମର ଶାଳିଆ ନଦୀ ଜାମୁଆ ତୁଠକୁ ଯାଇଥିଲେ । ସେଠାରେ ଜଳର ପ୍ରଖର ସ୍ରୋତରେ ସେ ଭାସିଯାଇଛନ୍ତି । ଖବର ପାଇ ବାଣପୁର ଅଗ୍ନିଶମ ବିଭାଗର ଏକ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଚରଣଙ୍କ ସନ୍ଧାନ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.