ନାଗ ସାପ କାମୁଡାରେ ବୃଦ୍ଧାଙ୍କର ମୃତ୍ୟୁ

Published By : Prameya-News7 Bureau | August 11, 2019 IST

ସାଲେପୁର ୧୧|୮: କଟକ ଜିଲ୍ଲା ସାଲେପୁର ଓଡ଼ାସିଂହ ପଂଚାୟତ କଟିକଟା ଗାଁରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଘର ଭିତରେ କାମ କରୁଥିବା ବେଳେ ଗାଁର କମଳା ଭଦ୍ର ନାମକ ବୃଦ୍ଧାଙ୍କୁ ନାଗ ସାପଟି କାମୁଡି ଦେଇଥିଲା । ଫଳରେ କିଛି ସମୟ ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକେ ଘର ଭିତରେ ନାଗ ସାପକୁ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସଦଦ୍ୟଙ୍କ ସହଯୋଗରେ ନାଗ ସାପଟିକୁ ଉଦ୍ଧାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.