କାହା ପାଦ ଛୁଇଁବା ପୂର୍ବରୁ ଜାଣି ରଖନ୍ତୁ କେତୋଟି କଥା
4/06/2019 at 4:58 PM

ସନାତନ ଧର୍ମରେ ନିଜଠୁ ବଡ଼ମାନଙ୍କୁ ଅଭିବାଦନ କରିବା ପାଇଁ ପାଦ ଛୁଇଁବାର ପରମ୍ପରା କାହିଁ କେଉଁ ଯୁଗରୁ ଚାଲି ଆସୁଛି। ସନାତନ ଧର୍ମରେ ନିଜଠୁ ବଡ଼ଙ୍କୁ ଆଶୀର୍ବାଦ ପାଇଁ ଚରଣ ସ୍ପର୍ଶ କରିବାକୁ ଉତ୍ତମ କୁହାଯାଇଛି କିନ୍ତୁ ଆପଣ ଜାଣିଛନ୍ତି କି ନିଜଠୁ ବଡ଼ ବ୍ୟକ୍ତିଙ୍କ ପାଦ ଛୁଇଁବା ଦ୍ବାରା ଅନେକ ପ୍ରକାର ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା

ଶାସ୍ତ୍ରରେ କୁହାଯାଇଛି ଯେ ପ୍ରତିଦିନ ନିଜଠୁ ବଡ଼ଙ୍କୁ ସମ୍ମାନ ବା ଅଭିବାଦନ ଜଣାଇବା ଦ୍ବାରା ଆୟୁ,ଯଶ,ବିଦ୍ୟା ଏବଂ ବଳ ବୃଦ୍ଧି ହୋଇଥାଏ। ଏଥିପାଇଁ ଆଜି ଯୁଗରେ ମଧ୍ୟ ଅନେକ ଲୋକ ପ୍ରତିଦିନ ନିଜଠୁ ବଡ଼ ବ୍ୟକ୍ତିଙ୍କ ପାଦ ଛୁଇଁଥାଆନ୍ତି।

ଏପରି କୁହାଯାଇଥାଏ ଯେ ପାଦର ଆଙ୍ଗୁଳିଠୁ ବି ଶକ୍ତି ସଞ୍ଚାର ହୋଇଥାଏ। ଯଦି କୈାଣସି ବ୍ୟକ୍ତି କାହା ପାଦ ଛୁଇଁଥାଏ ତେବେ ଏହାର ସକରାତ୍ମକ ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ।

ଏହା ଏକ ପ୍ରକାରର ବ୍ୟାୟାମ ହୋଇଥାଏ,ନିଜଠୁ ବଡ଼ ବ୍ୟକ୍ତିଙ୍କ ପାଦ ଛୁଇଁବା ଦ୍ବାରା ଆପଣ କସରତର ମୁଦ୍ରାରେ ରହିଥାଆନ୍ତି। ପ୍ରତିଦିନ ଏପରି କରିବା ଦ୍ବାରା ଶରୀର ନମନୀୟ ହୋଇଥାଏ।

ପ୍ରଣାମ କରିବାର ଆଉ ଏକ ବଡ଼ ଫାଇଦା ହେଲା ଆମ ଭିତରେ ଅହଙ୍କାର କମ୍ ହୋଇଥାଏ। ଏଥିପାଇଁ ବଡ଼ଙ୍କୁ ପ୍ରଣାମ କରିବା ଦ୍ବାରା ପରମ୍ପରାକୁ ନିୟମ ଏବଂ ସଂସ୍କାରର ରୂପ ଦିଆଯାଇଥାଏ।
