ଅଭାବନୀୟ ! ଘର କାନ୍ଥ ଭୁଶୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

Published By : Prameya-News7 Bureau | June 20, 2025 IST

ବିନିକା ୨୦।୬: କାନ୍ଥ ପଡ଼ି ବୃଦ୍ଧାଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଜଉଁରଭଉଁରା ପଞ୍ଚାୟତର ଢେଲେଇ ଗ୍ରାମରେ ଘରର କାନ୍ଥ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି l ମୃତ ବୃଦ୍ଧା ଜଣକ ଲେପ ଦୀପ ବୋଲି ଜଣାପଡିଛି l 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବୃଦ୍ଧା ଜଣକ ଗାଧୋଇବାକୁ ଯିବା ପାଇଁ ଘରୁ ବାହାରୁଥିବା ସମୟରେ ଘରର କାନ୍ଥ ଭୁଶୁଡ଼ି ପଡିଥିଲା । ଫଳରେ ତାଙ୍କ ଉପରେ କାନ୍ଥଟି ପଡିଯାଇଥିଲା l ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ପୋଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଚି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

You Can Read:

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କ ଦେହାନ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.