ଗୋଡାଇ ଗୋଡ଼ାଇ ବୃଦ୍ଧଙ୍କୁ ହାଣିଲେ ଦୁବୃର୍ତ୍ତ : ଗୁରୁତର
15/07/2019 at 1:21 PM

ବାଲେଶ୍ବର ୧୫/୭: ବାଲେଶ୍ବର ଜିଲା ସୋର ଥାନା ରାଇପୁର ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଦିନ ଦ୍ବିପହରେ ବୃଦ୍ଧଙ୍କୁ ଗୋଡେଇ ଗୋଡେଇ ହାଣିଲେ । ଆହତଙ୍କ ପରିବାର ପକ୍ଷରୁ ସୋର ଥାନାରେ ବାରମ୍ବାର ଜଣାଇବା ସତ୍ବେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଦ୍ବାରା ଅଭିଯୁକ୍ତ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।
ପୁଲିସର ଦାଇତ୍ବ ହୀନତା ଯୋଗୁ ଏପରି ଘଟଣା ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ରାଇପୁର ଗ୍ରାମର ବିଜୟ ଦ୍ବିବେଦୀ ସକାଳେ ଘରୁ ବାହାରୁଥିବା ବେଳେ ଦୁବୃର୍ତ୍ତମାନେ ତାଙ୍କ ଘର ସମ୍ମୁଖରେ ଗୋଡାଇ ଗୋଡାଇ ବୃଦ୍ଧଙ୍କ ଗୋଡ, ହାତ ଓ କାନ୍ଧକୁ ହାଣିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।