ଜୟପୁର ୩।୧୨: କୋରାପୁଟ ସୀମାନ୍ତ ସମ୍ବାଇରେ ଗୁରୁବାର ସୀମା ନିର୍ଦ୍ଧାରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ସମ୍ବାଇ ପଞ୍ଚାୟତ ସୁନାବେଡାରେ ଉଭୟ ରାଜ୍ୟର ମିଳିତ ବୈଠକ ଆରମ୍ଭ ହୋଇଛି । ବୈଠକରେ କୋରାପୁଟ ଜିଲ୍ଲାପାଳଙ୍କ ସହ ରାଜ୍ୟର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ଆନ୍ଧ୍ର ପକ୍ଷରୁ ବିଶାଖାପାଟଣାର ବରିଷ୍ଠ ପଦାଧିକାରୀ ବୈଠକରେ ସାମିଲ ହୋଇଛନ୍ତି ।
{"id":371974,"sizeSlug":"large"}ସମ୍ବାଇ ପଞ୍ଚାୟତର ସୁନାବେଡାଠାରେ ଉଭୟ ରାଜ୍ୟର ମିଳିତ ବୈଠକ ଆରମ୍ଭ ହୋଇଛି । ଏହି ଟିମ୍ ରାଜସ୍ବ ବିଭାଗର ମ୍ୟାପ୍ ଆଧାରରେ ସୀମା ନର୍ଦ୍ଧାରଣ କରିବେ । ମାସେରୁ ଅଧିକ ସମୟ ହେବ ପଡୋଶୀ ଆନ୍ଧ୍ରର ଲୋକେ ସୀମାନ୍ତ ସମ୍ବାଇ ପଞ୍ଚାୟତର ସୁନାବେଡା ଭିତରକୁ ୫୦୦ ମିଟର ପସି ଆସିଥିବା ଅଭିଯୋଗ ହୋଇଛି । ଆଉ ଏହାକୁ ନେଇ ଉଭୟ ପକ୍ଷର ଲୋକଙ୍କ ମଧ୍ୟରେ ଉତ୍ତେଜନା ପରେ ମାରପିଟ ପର୍ଯ୍ୟନ୍ତ କଥା ଗଲାଣି । ଲଗାତାର ଭାବେ ଏହି ଖବର ନ୍ୟୁଜ ୭ ଦେଖାଇ ଆସୁଛି । ଫଳରେ ଜିଲ୍ଲା ପ୍ରଶାସନ ଏହି ସୀମା ବିବାଦ ସମାଧାନ ନେଇ ବିଶାଖାପାଟଣା ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲା ।
{"id":371975,"sizeSlug":"large"}ଅନ୍ୟପଟେ କୋରାପୁଟ ସାଂସଦ ବିବାଦୀୟ କୋଟିଆକୁ ଯିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ସୁରକ୍ଷା ଦୃଷ୍ଟି କୋଣରୁ ପ୍ରଶାସନ ଆଡଭାଇଜରୀ ଜାରି କରିବା ପରେ ସାଂସଦ କୋଟିଆ ଗସ୍ତ ବାତିଲ କରିଛନ୍ତି ।