କଟକ ୧୬।୫: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ର କୁବେର ଅତିରିକ୍ତ ବିଡିଓ ଅସିତ କୁମାର ପାତ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅସିତ କୁମାର ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଅଭିଯୁକ୍ତ ଅସିତ ପାତ୍ର ନିଜ ଆୟ ଠାରୁ ୨ ଶହ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଯାଜପୁର ଜିଲ୍ଲାରୁ ରାଜଧାନୀ ପର୍ଯ୍ୟନ୍ତ କୋଠା, ଫ୍ଲାଟ୍ ଓ ପ୍ଲଟ୍ ସମେତ ଅସିତ କୁମାର ପାତ୍ରଙ୍କ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଗୁରୁବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅସିତ ପାତ୍ରଙ୍କ କାର୍ଯ୍ୟାଳୟ, ପୈତୃକ ଗ୍ରାମ ସମେତ ୭ଟି ସ୍ଥାନରେ ଭିଜିଲାନ୍ସର ୭ଟି ଟିମ୍ ଏକକାଳୀନ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଅତିରିକ୍ତ ବିଡ଼ିଓଙ୍କର ୩ଟି ବହୁତଳ କୋଠା, ମାର୍କେଟ୍ କମ୍ପ୍ଲେକ୍ସ, ୫ଟି ମୂଲ୍ୟବାନ ପ୍ଲଟ୍ ଠାବ ହୋଇଥିବା ଥିବାବେଳେ ୮୦୦ ଗ୍ରାମର ସୁନା ଅଳଙ୍କାର, ୬୫ଲକ୍ଷ ଟଙ୍କାର ନଗଦ ଜମା, ବୀମା ଏବଂ ନଗଦ ୧ ଲକ୍ଷ ୮୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଅସିତଙ୍କର ଯାଜପୁରରୋଡ୍ କହ୍ନେଇପୁରରେ ୬ ହଜାର ବର୍ଗଫୁଟ୍ର ୪ ମହଲା ଘର, କଟକ ଚାଉଳିଆଗଞ୍ଜ ସ୍ଥିତ ମେଟ୍ରୋ ଆଭେନ୍ୟୁ ଆପାର୍ଟମେଣ୍ଟରେ ଏକ ହଜାର ବର୍ଗଫୁଟ୍ର ୨ଟି ଫ୍ଲାଟ୍, ଯାଜପୁର ସୁନ୍ଦରୀମୁହଁ ନିକଟ ରଡ଼େଶ୍ଵର ଠାରେ ୨ ହଜାର ବର୍ଗଫୁଟ୍ର ୩ ମହଲା ଘର, ଯାଜପୁରରୋଡ୍ ଠାରେ ୪ ହଜାର ବର୍ଗଫୁଟ୍ରେ ନବନିର୍ମିତ ୨ ମହଲା ଘର ଏବଂ ଯାଜପୁର ରୋଡ୍ରେ ଏକ ସପିଂ କମ୍ପ୍ଲେକ୍ସ ରହିଥିବା ନେଇ ଭିଜିଲାନ୍ସ ହାତରେ ପ୍ରମାଣ ଲାଗିଥିଲା ।
You Can Read:
କାଠ ଫାଳିଆ ମାଡ଼ରେ ମହିଳାଙ୍କ ମୃତ୍ୟୁ, ଅନୈତିକ ସମ୍ପର୍କରୁ ହତ୍ୟା ଅଭିଯୋଗ : ଜଣେ ମହିଳା ସମେତ ୩ ଅଟକ