ବାହାନଗା ଟ୍ରେନ ଟ୍ରାଜେଡି: ‘ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଆମର ପ୍ରାଥମିକତା’, ଶନିବାର ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 02, 2023 IST

ଭୁବନେଶ୍ୱର: ବାଲେଶ୍ଵର ବାହାନଗା ନିକଟରେ ଭୟାନକ ଟ୍ରେନ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାରି ଭିତରେ ସ୍ଥିତି ବାବଦରେ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟକୁ ଯାଇ ସ୍ଥିତ ବିଷୟରେ ବୁଝିଛନ୍ତି । ଏହାସହ ଆସନ୍ତକାଲି ଶନିବାର ଘଟଣାସ୍ଥଳ ଗସ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏସଆରସିଙ୍କ କାର୍ଯ୍ୟାଳୟରୁ ବାହାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, 'ସ୍ଥିତିର ବାବଦରେ ପଚାରି ବୁଝିଛି । ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଆସନ୍ତାକାଲି ସକାଳେ ମୁଁ ସେଠାରେ ପହଞ୍ଚିବି । ସେଠାରେ ପୂରା ଘଟଣାର ନୀରିକ୍ଷଣ କରାଯିବ । ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଆମର ପ୍ରାଥମିକତା ରହିଛି' ।

wp:html /wp:html

ଅନ୍ୟପଟେ ମୁଖ୍ୟ ଶାସନ ପ୍ରଦୀପ ଜେନା କହିଛନ୍ତି । ବାଲେଶ୍ୱର, ଭଦ୍ରକ, କଟକ ଏବଂ ଯାଜପୁର କଲେକ୍ଟରଙ୍କ ସମନ୍ୱୟ ରଖିବା ପାଇଁ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସାଢେ ୯ଟା ସୁଦ୍ଧା ପ୍ରାୟ ୩୦୦ରୁ ଅଧିକ ଆହତ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେହିପରି ଭଦ୍ରକ ହସ୍ପିଟାଲରେ ମଧ୍ୟ ୫୦ରୁ ଅଧିକ ଆହତଙ୍କୁ ଭର୍ତ୍ତି କରାଯାଇଛି । ଭଦ୍ରକ ହସ୍ପିଟାଲରେ ୪୦୦ ଆହତଙ୍କ ରଖିବା ପାଇଁ ବ୍ୟବସ୍ଥା ରହିଛି । ଏହାସହ ଏସସିବି ମେଡିକାଲ କଲେଜ ଏବଂ ଏମ୍ସକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ସେହିପରି ସମସ୍ତ ଘରୋଇ ହସ୍ପିଟାଲରୁ ମଧ୍ୟ ପ୍ରସ୍ତୁତ ରହିବାକୁ କହୁଯାଇଛି ।

wp:html /wp:html

ମୁଖ୍ୟ ଶାସନ ସଚିବ କହିଛନ୍ତି, 'ଘଟଣାସ୍ଥଳକୁ ପ୍ରାୟ ୧୦୦ରୁ ଅଧିକ ଆମ୍ୱୁଲାନ୍ସ ପଠାଯାଇଛି । ୨୦ରୁ ୩୦ଟି ବସ ପଠାଯାଇଛି । ତିନିଟି ଏନଡିଆରଏଫ ଟିମ୍, ୪ ଓଡ୍ରାଫ ଟିମ୍, ୨୦ରୁ ଅଧିକ ଅଗ୍ନିଶମ ବାହାନୀ ନିୟୋଜିତ ଅଛନ୍ତି'। ବର୍ତ୍ତମାନ ସମୟରେ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟକୁ ପ୍ରଧାନ୍ୟ ଦିଆଯାଉଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

READ ALSO: କରମଣ୍ଡଳ ଓ ବେଙ୍ଗାଲୁରୁ-ହାଓ୍ଵଡ଼ା ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ୫୦ରୁ ଅଧିକ ମୃତ ସୂଚନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.