oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଓଡିଶା ଚାଷୀଙ୍କୁ ମିଳିପାରେ ଭତ୍ତା: ଡିସେମ୍ବର ୭ରେ ସବୁ ଚାଷୀସଂଗଠନ ସହ ଆଲୋଚନା କରିବ ମନ୍ତ୍ରୀ ସ୍ତରୀୟ କମିଟି

29/11/2018 at 6:50 PM

ଭୁବନେଶ୍ୱର ୨୯/୧୧ : ଚାଷ ଓ ଚାଷୀଙ୍କ ଦାବି ଉପରେ ଆଜି ବସିଥିଲା ପ୍ରଥମ ମନ୍ତ୍ରୀସ୍ତରୀୟ କମିଟି ବୈଠକ । ଭୁବନେଶ୍ବରରେ କୃଷକମାନେ ଆନ୍ଦୋଳନ କରିବା ସମୟରେ ଏହି କମିଟି ଗଠନ କରିଥିଲେ ସରକାର ।…

ନିର୍ବାଚନ ପୂର୍ବରୁ କୃଷକଙ୍କୁ ଥୋପ ଦେବାକୁ ଯୋଜନା । କୃଷିଋଣ ଛାଡ ହେବ କି ନାହିଁ ତା ଉପରେ ତ କିଛି ସ୍ପଷ୍ଟ ଚିତ୍ର ଆସୁନି । କିନ୍ତୁ ଭତ୍ତା ଆକାରରେ କିଛି ଥୋପ ଦେଇ କୃଷକଙ୍କ ମନ ଲୋଭାଇବାକୁ ଏକ ପ୍ରୟାସ ଚାଲିଥିବା ନେଇ ଚର୍ଚା ଚାଲିଛି । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଆନ୍ଦୋଳନ କରୁଥିବା କୃଷକଙ୍କ ଦାବି ଉପରେ ଆଲୋଚନା ପାଇଁ ଗଠିତ ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଆଜି ବସିଥିଲା । ଆସନ୍ତା ୭ ତାରିଖ ଦିନ ସବୁ ଚାଷୀସଂଗଠନ ସହ ସେମାନଙ୍କ ଦାବି ସଂପର୍କରେ ଆଲୋଚନା କରିବ କମିଟି।

ଚାଷୀ ସଂଗଠନଙ୍କ ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବି ଭିତରୁ ସରକାର ପ୍ରେଷ୍ଟିଜ୍ ପ୍ରସଙ୍ଗରେ ନିରବ । ପ୍ରାଇସ ଦାବି କେନ୍ଦ୍ର କୋର୍ଟରେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବାକୁ ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ପାରିତ ହୋଇଛି।  ଏବାବଦରେ କେନ୍ଦ୍ର ନିକଟରେ ଦାବି ହୋଇଛି। କେନ୍ଦ୍ର ଉପରେ ଦୋଷ ଲଦି ରାଜ୍ୟ ସରକାର ଝାଡ଼ିଝୁଡ଼ି ହୋଇଯାଇଛନ୍ତି। ରହିଲା ପେନସନ କଥା । ଚାଷୀ ସଂଗଠନମାନେ ଦାବି କରୁଥିବା ପେନସନ ପ୍ରସଙ୍ଗକୁ ସରକାର କିଛି ଭତ୍ତା ଆକାରରେ ଦେଇ କୃଷକ ଭୋଟରଙ୍କ ମନ ଜିତି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେପଟେ ବିରୋଧୀ କିନ୍ତୁ କହିଛନ୍ତି ଧାନର ଅଭାବି ବିକ୍ରିଠାରୁ କୃଷକ ଆତ୍ମହତ୍ୟା ପର୍ଯ୍ୟନ୍ତ ସରକାର ଚାଷୀଙ୍କୁ ଅଣଦେଖା କରିଥିବେ ବେଳେ ଏବେ ମନ୍ତ୍ରୀସ୍ତରୀୟ କମିଟି ଏକ ବାହାନା ।

ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଖୁସ୍ କରିବା ଯୋଜନାରେ ଅଛନ୍ତି ସରକାର । ସେଥିପାଇଁ ପ୍ୟାକେଜ ଆକାରରେ କିଛି ଘୋଷଣା ହୋଇପାରେ ବୋଲି ଆକଳନ କରାଯାଉଛି ।

   Related Posts