ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ
2/09/2023 at 7:54 PM

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ହୋଇଛି। ଭୁବନେଶ୍ୱରରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା ମିଳିଛି। ଆଜି ସନ୍ଧ୍ୟା ୭ଟାରେ ୩୧ ସମୟରେ ୭୪ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସୂର୍ଯ୍ୟ ପାତ୍ର ଓଡ଼ିଶା ରାଜନୀତିରେ ଜଣେ ଟାଣୁଆ ନେତା। ସେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ରାଜନୀତିରେ ଅନେକ ସଫଳତା ପାଇଛନ୍ତି। ଜନତା ଦଳରୁ ରାଜନୈତିକ କ୍ୟରିୟର ଆରମ୍ଭ କରିଥିବା ସୂର୍ଯ୍ୟ ବିଜେଡିର ନେତା ଭାବେ ଆଖି ବୁଜିଛନ୍ତି।
୧୯୪୮ ମସିହାରେ ଡିସେମ୍ବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିବା ସୂର୍ଯ୍ୟପାତ୍ର ୧୯୭୭ରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ବ୍ରହ୍ମପୁର ମୁନିସିପାଲିଟିର କାଉନସିଲ ଭାବେ ରାଜନୀତିରେ ପ୍ରବେଶ କରିଥିଲେ ସୂର୍ଯ୍ୟ। ସେ ଥରେ ବାଚସ୍ପତି ଓ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।
ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ଗଞ୍ଜାମ ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ଵ କରୁଥିଲେ। ୧୯୯୦ ପ୍ରଥମେ ଜନତା ଦଳରୁ ନିର୍ବାଚନ ଲଢି ଜିତିଥିଲେ। ୧୯୯୦ ରୁ ୨୦୦୦ ସେ ଜନତା ଦଳ ଟିକେଟରୁ ନିର୍ବାଚନ ଜିତୁଥିବା ବେଳେ ସେତେବେଳେ ଗଜପତି କିଲ୍ଲା ମୋହନାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ପର୍ଯ୍ୟନ୍ତ ସେ ମୋହନା ବିଧାୟକ ଭାବେ ନିର୍ବାଚନ ଜିତି ଆସୁଥିଲେ।
ପଢ଼ନ୍ତୁ-ବାହାନଗା ଟ୍ରାଜେଡ଼ି: ଚାର୍ଜସିଟ୍ ଦାଖଲ କଲା ସିବିଆଇ, ଗିରଫ ୩ ଜଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
ତେବେ ବିଜୁ ପଟ୍ଟନାୟକ ସରକାରରେ ସୂର୍ଯ୍ୟପାତ୍ର ପ୍ରଥମେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଦାୟିତ୍ୱ ସମ୍ଭାଳିଥିଲେ। ପରବର୍ତ୍ତି ସମୟରେ ଜଙ୍ଗଲ ଓ ପରିବେଶ, ରାଜସ୍ଵ ଓ ଶକ୍ତି, ବିଜ୍ଞାନ ଓ ବୈଷୟିକ, ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି ସୂର୍ଯ୍ୟ। ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ସେ ବାଚସ୍ପତି ହୋଇଥିଲେ।
ତାଙ୍କ ରାଜନୈତିକ କ୍ୟାରିୟର ଭିତରେ ସୂର୍ଯ୍ୟପାତ୍ର ଗଞ୍ଜାମରୁ ୭ ଥର ବିଧାୟକ ହୋଇଛନ୍ତି। ସେଥିମଧ୍ୟରୁ ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବରିଷ୍ଠ ବିଜେଡି ନେତା। ରାଜ୍ୟରେ ବିଜେଡି ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ଦକ୍ଷତାର ସହ କାମ କରିଥିଲେ।
ପଢ଼ନ୍ତୁ-ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି, ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା