କଟକରେ 5-T ସଚିବ ଭି.କେ. ପାଣ୍ଡିଆନ୍, ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ସମୀକ୍ଷା

Published By : Prameya-News7 Bureau | March 25, 2023 IST

କଟକ ୨୫।୩: କଟକ ସହରରେ 5-T ସଚିବ ଭି.କେ. ପାଣ୍ଡିଆନ । ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପାଇଁ କ୍ଷେତ୍ର ଉପରେ ପହଞ୍ଚିଛନ୍ତି 5-T ସଚିବ ଭି.କେ. ପାଣ୍ଡିଆନ । ପ୍ରଥମେ ଖାନନଗର ସ୍ଥିତ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ସହ ବୁଲି ଦେଖିଛନ୍ତି । ୧୫ଏକର ଜମିରେ ୮୪ କୋଟି ଟଙ୍କା ବ୍ୟୟରେ ବସ୍ ଟର୍ମିନାଲ ନିର୍ମିତ ହେଉଛି । ଏହାର ୯୦ ପ୍ରତିଶତ କାମ ସରିଛି । ବାକି କାମ ନିର୍ଦ୍ଧାରିତ ସମୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

{"id":763055,"sizeSlug":"full","linkDestination":"none"}

ଏହାସହ ଚଣ୍ଡୀମନ୍ଦିର ଯାଇ ଦର୍ଶନ କରିବା ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ସମୟରେ 5-T ସଚିବଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.