ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା ଦଳ ଘୋଷଣା, ବିପ୍ଳବ ସାମନ୍ତରାୟଙ୍କୁ ଅଧିନାୟକ ଦାୟିତ୍ୱ

Published By : Prameya-News7 Bureau | November 16, 2023 IST

କଟକ ୧୬।୧୧ : ବିଜୟ ହଜାରେ ଟ୍ରଫି ନିମନ୍ତେ ଓଡିଶା ଦଳର ଖେଳାଳିଙ୍କ ନାମ ଘୋଷଣା । ଓସିଏ ପକ୍ଷରୁ  ୧୮ ଜଣିଆ ଖେଳାଳିଙ୍କ ନାମ ଘୋଷଣା ହୋଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଚ ଦିନେଶ ମୋଙ୍ଗିଆ ଓ ମୁଖ୍ୟ ଚୟନକର୍ତ୍ତା ଅମୀୟ ରାୟଙ୍କ ଉପସ୍ଥିତିରେ ଏହି ୧୮ ଜଣିଆ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି।

ତେବେ୧୮ ଜଣିଆ ଦଳରେ ଅଧିନାୟକ ଭାବେ ବିପ୍ଳବ ସାମନ୍ତରାୟ , ସନ୍ଦୀପ ପଟ୍ଟନାୟକ , ଅନୁରାଗ ଷଡ଼ଙ୍ଗୀ , ଶୁଭ୍ରାଂଶୁ ସେନାପତି ,ଅଭିଷେକ ରାଉତ,  ଶାନ୍ତନୁ ମିଶ୍ର , ଗୋଭିନ୍ଦ ପୋଡାର, କାର୍ତିକ ବିଶ୍ୱାଳ , ରାକେଶ ପଟ୍ଟନାୟକ, ରାଜେଶ ଧୂପର , ପ୍ରବୀନ ଲୁହା , ପ୍ରୟାସ ସିଂ , ତରିଣୀ ସ , ହର୍ଷିତ ରାଠୋର , ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ଅଭିଷେକ ୟାଦଭ, ଦେବେନ୍ଦ୍ର କୁଅଁର ସାମିଲ ହୋଇଛନ୍ତି। ସେହିପରି ନୂଆ ମୁଁହ ଭାବେ ଦେବେନ୍ଦ୍ର କୁଅଁର ପ୍ରଥମ ଥର ପାଇଁ ଓଡିଶା ଦଳର ସାମିଲ ହୋଇଛନ୍ତି। ଏହି ଟ୍ରଫି ପାଇଁ ଅଧିନାୟକ ପଦ ସମ୍ବାଳିବେ ବିପ୍ଳବ ସାମନ୍ତରାୟ।

wp:embed {"url":"https://www.prameyanews7.com/team-india-win-first-semi-in-world-cup-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/team-india-win-first-semi-in-world-cup-2023/
/wp:embed

ଆସନ୍ତା ୨୩ ତାରିଖରେ ବାଙ୍ଗାଲୋର ରେ ପ୍ରଥମ ମ୍ୟାଚ ତ୍ରିପୁରା ସହିତ ଖେଳିବ ଓଡିଶା । ଟ୍ରଫିର ଲିଗ ମ୍ୟାଚରେ ଓଡିଶା ଦଳ ତ୍ରିପୁରା , କେରଳ , ସୌରାଷ୍ଟ୍ର , ସିକିମ , ମୁମ୍ବାଇ , ପଣ୍ଡିଚେରୀ ଓ ରେଲୱେକୁ ଭେଟିବ। ଟିମରେ  ଅଭିଜ୍ଞ ଖେଳାଳିଙ୍କ ସହ ଅଳରାଉଣ୍ଡର ମାନେ ରହିଛନ୍ତି ଓ ଖେଳାଳି ମାନେ ବହୁତ ଭଲ ଅଭ୍ୟାସ କରିଛନ୍ତି  । ତେଣୁ ଏହି ଟ୍ରଫିରେ ଟିମ ଭଲ ପ୍ରଦର୍ଶନ କରିବ ବୋଲି ଚୟନକର୍ତା ଓ କୋଚ ଦିନେଶ ମୋଙ୍ଗିଆ ଆଶା ରଖିଛନ୍ତି।

wp:embed {"url":"https://www.prameyanews7.com/pakistani-cricketer-abdul-razzaq-issues-apology/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pakistani-cricketer-abdul-razzaq-issues-apology/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.