ରିଲିଜ୍ ହେଲା ଓଡିଆ ଚଳଚ୍ଚିତ୍ର ପ୍ରତିଶୋଧ, ଲିଡ୍‌ରେ ଦେଖିବାକୁ ମିଳିବ ସମରେଶ ଓ ଏଲିନାଙ୍କ ଯୋଡି

Published By : Prameya-News7 Bureau | September 25, 2023 IST

କଟକ ୨୫।୯: ସୋମବାର କଟକ ସଙ୍ଗମ ପ୍ଲେକ୍ସରେ ରିଲିଜ ହୋଇଛି ଓଡିଆ ଚଳଚ୍ଚିତ୍ର ପ୍ରତିଶୋଧ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ସମରେଶ ରାଉତରାୟ ଓ ଏଲିନାଙ୍କୁ ଦେଖିବାକୁ ମିଳିବ । ଜଣେ ଝିଅ କିଭଳି ନିଜ ବାପା ହତ୍ୟାକାଣ୍ଡକୁ ଆଖିରେ ଦେଖିବାରେ ପ୍ରତିଶୋଧ ପରାୟଣ ହୋଇ ପ୍ରତିଶୋଧ ନେଉଛି ଏହାରି ଉପରେ ଆଧାରିତ ଚଳଚ୍ଚିତ୍ର । ଜି-ସାର୍ଥକ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ସାଇ ସ୍ୱରାଜ ମଙ୍ଗରାଜ ଦେଇଥିବା ବେଳେ ଚିତ୍ରନାଟ୍ୟ ସଂଳାପ ରଚନା କରିଛନ୍ତି ଭରଦ୍ବାଜ ପଣ୍ଡା । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡୁଲି ରଥ । ତେବେ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଆକ୍ସନ ଉପରେ ଆଧାରିତ । ଏଲିନାଙ୍କ ଫାଇଟ୍ ସିନ୍ ଦର୍ଶକଙ୍କୁ ଭଲ ଲାଗିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । ତେବେ ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ଭିତରେ କୁନା ତ୍ରିପାଠୀ, ଜୀବନ ପଣ୍ଡା, ପୁଷ୍ପା ପଣ୍ଡା ଭଳି ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି । ତେବେ ଏକ ଭିନ୍ନ ଚରିତ୍ରରେ ପ୍ରଥମ କରି ଏଲିନା ଅଭିନୟ କରୁଥିବା ବେଳେ ଦର୍ଶକଙ୍କୁ ମଧ୍ୟ ପସନ୍ଦ ଆସିବ ବୋଲି ଅଭିନେତ୍ରୀ ଏଲିନା କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/dead-body-lying-outside-medical-for-12-hours/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dead-body-lying-outside-medical-for-12-hours/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.