ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ବିନା ଭକ୍ତରେ ହେବ ଗଜଲକ୍ଷ୍ମୀ ଓ କାଳୀ ପୂଜା

Published By : Prameya-News7 Bureau | October 19, 2021 IST

ଭୁବନେଶ୍ଵର ୧୯।୧୦:  ଜାରି ହେଲା  ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌। ଲକ୍ଷ୍ମୀପୂଜା, କାଳୀ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏହି ସ୍ଵତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଗାଇଡଲାଇନ୍ ଅନୁଯାୟୀ, ବିଏମସି ଅଧୀନରେ ଥିବା ପୂଜା କମିଟି ପୂଜା ପାଇଁ କମିଶନରେଟ୍ ପୋଲିସର ଅନୁମତି ନେବାକୁ ପଡିବ।

ମଣ୍ଡପ/ପେଣ୍ଡାଲରେ ପୂଜା ବେଳେ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା। ଘର ଭିତରେ ପୂଜା କରିବା ଭଳି ପେଣ୍ଡାଲରେ କେବଳ ରୀତିନୀତି ପାଳନ ହେବ। ମଣ୍ଡପ/ପେଣ୍ଡାଲର ୩ ପଟ ବନ୍ଦ ଏବଂ ସମ୍ମୁଖ ପଟ ପରଦା ରହିବ। ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରୁ କମ ହେବା ସହ କୋଭିଡ୍ ନିୟମର କଡାକଡି ପାଳନ କରାଯିବ। ମଣ୍ଡପରେ ଏକ ସଙ୍ଗେ ସାତରୁ ଅଧିକ ଲୋକଙ୍କ ପ୍ରବେଶ ମନା। ସେହି ପରି ମୂର୍ତ୍ତି ବିସର୍ଜନ ବେଳେ ସର୍ବାଧିକ ୧୦ ଜଣ ସାମିଲ୍  ହୋଇ ପାରିବେ ନାହିଁ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

ଏହା  ବ୍ୟତୀତ କାର୍ତ୍ତିକ ମାସରେ ମନ୍ଦିର ଭିତରେ ହବିଷ୍ୟାଳୀଙ୍କୁ ପ୍ରବେଶ ମନା। ସେହି ପରି କାର୍ତ୍ତିକ ପୂର୍ଣ୍ଣିମା ଦିନ ବିନ୍ଦୁସାଗର ଏବଂ ଅନ୍ୟାନ୍ୟ ନଦୀ ଘାଟରେ ଗହଳି କରାଯାଇ ପାରିବ ନାହିଁ। ଏହା ପୂର୍ବରୁ ଟ୍ଵିନ୍ ସିଟିରେ ଦୂର୍ଗା ପୂଜା କରୋନା ଗାଇଡ୍‌ଲାଇନ୍‌ ହିସାବରେ ଆୟୋଜନ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.