ସିଲ୍ ହେଲା ନର୍ସିଂହୋମ୍ : ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ହୋଇଥିଲା ରୋଗୀଙ୍କ ମୃତ୍ୟୁ

Published By : Prameya-News7 Bureau | February 22, 2020 IST

ବ୍ରହ୍ମପୁର ୨୨/୨: ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗରେ ନର୍ସିଂହୋମ୍‌ ସିଲ୍ କରାଯାଇଛି । ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ୍‌ ରୋଡ଼ ବ୍ରହ୍ମାନଗରରେ ଥିବା ଗୁରୁଦେବ ନର୍ସିଂହୋମ୍‌କୁ ସିଲ୍‌ କରିଛି ପ୍ରଶାସନ । କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟ୍‌ ଅନୁସାରେ ଏହି ନର୍ସିଂହୋମ୍‌ ବିଭିନ୍ନ ସର୍ତ୍ତାବଳୀ ପୂରଣ କରୁନଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଶାସନର ଏକ ଟିମ୍‌ ଏହାକୁ ସିଲ୍‌ କରିଛି।

{"id":227732,"sizeSlug":"large"}

 ଆବଶ୍ୟକ କାଗଜପତ୍ର ଦାଖଲ ପରେ ଜିଲ୍ଲାପାଳ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ମାର୍କଣ୍ଡେଶ୍ବରନଗର ନିବାସୀ ଐଶ୍ବର୍ଯ୍ୟା ସିଂହଦେଓଙ୍କ ଆପେଣ୍ଡିସାଇଟିସ୍ ଅପରେସନ୍ ପାଇଁ ତାଙ୍କ ସ୍ବାମୀ ଶୁଭ୍ରଜିତ ସାମନ୍ତ ଗୁରୁଦେବ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ । ଗତ ୧୭ ତାରିଖରେ ଐଶ୍ବର୍ଯ୍ୟାଙ୍କୁ ଆପେଣ୍ଡିସାଇଟିସ୍‌ ଅସ୍ତ୍ରୋପଚାର ପୂର୍ବରୁ ନିଶ୍ଚେତକ ଦିଆଯାଇଥିଲା। ତେବେ ଅପରେସନ୍ ପରେ ତାଙ୍କର ଆଉ ଚେତା ଫେରି ନ ଥିଲା ଏବଂ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଐଶ୍ବର୍ଯ୍ୟାଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇ ତାଙ୍କ ସ୍ବାମୀ ଲାଞ୍ଜିପଲ୍ଲୀ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ।

{"id":227733,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.