ଏବେ ୧୫ ବର୍ଷ ପୁରୁଣା ଗାଡ଼ି ଚଳାଇ ପାରିବେନି ସରକାରୀ ବିଭାଗ, ନୋଟିସ୍ ଜାରି କଲେ ଅର୍ଥମନ୍ତ୍ରାଳୟ

Published By : Prameya-News7 Bureau | December 13, 2022 IST

ନୂଆଦିଲ୍ଲୀ ୧୩।୧୨:  କେନ୍ଦ୍ର ସରକାର ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ନିମନ୍ତେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ସରକାରୀ କର୍ମଚାରୀ ୧୫ ବର୍ଷ ପୁରୁଣା ଗାଡି ଆଉ ଚଳେଇ ପାରିବେନି। କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ଅନ୍ତର୍ଗତ ବ୍ୟୟ ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି। ଦେଶରେ ପ୍ରଦୂଷଣ ହ୍ରାସ କରିବା, ପାସେଞ୍ଜର ସେଫ୍ଟି ଓ ଫ୍ୟୁଲ ଇଫିସିଏନ୍ସିକୁ ଠିକ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ଏଣୁ ଅର୍ଥମନ୍ତ୍ରାଳୟ ସବୁ ବିଭାଗଙ୍କୁ ପତ୍ର ଲେଖି ସର୍ଭିସିଂ ହୋଇ ପାରୁନଥିବା ୧୫ବର୍ଷରୁ ଅଧିକ ପୁରୁଣା ବାହନକୁ ରଦ୍ଦିରେ ପରିବର୍ତ୍ତିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏ ନେଇ ବ୍ୟୟ ବିଭାଗ ଏକ ନୋଟିଫିକେସନ ମଧ୍ୟ ଜାରି କରିଛନ୍ତି।ଏଥିରେ ନୀତି ଆୟୋଗ ଓ ସଡ଼କ ପରିବହନ ମନ୍ତ୍ରାଳୟଙ୍କ ପରାମର୍ଶରେ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ୧୫ବର୍ଷ ପୁରୁଣା ଗାଡିଗୁଡିକୁ ରଦ୍ଦିରେ ପରିଣତ କରିବା ଲାଗି ବିଚାର କରିବା ଦରକାର ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପୁରୁଣା ଗା଼ଡି ଗୁଡିକର ରେଜିଷ୍ଟ୍ରେସନ ରିନ୍ୟୁ ପ୍ରସଙ୍ଗରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ। ଏହି ଡ୍ରାଫ୍ଟରେ ୧ ଏପ୍ରିଲ ୨୦୨୨ ପରେ ୧୫ବର୍ଷରୁ ଅଧିକ ପୁରୁଣା କୌଣସି ଗାଡିର ପଞ୍ଜିକରଣ ରିନ୍ୟୁ ନ କରିବା ଲାଗି ଆଦେଶ ଦିଆଯାଇଥିଲା।

{"id":720626,"sizeSlug":"full","linkDestination":"none"}

ଏଥିରେ ସବୁ ପ୍ରକାର ସରକାରୀ ଗାଡି ଯେପରି କେନ୍ଦ୍ର ସରକାର, ରାଜ୍ୟ ସରକାର, କେନ୍ଦ୍ର ଶାସିତ ପ୍ରଦେଶ, ପିଏସୟୁ ଓ ମ୍ୟୁନସିପାଲ ବୋର୍ଡ ଆଦି ଗାଡିର ପଞ୍ଜିକରଣ ନବିକରଣ ନ କରିବା ଲାଗି ନିର୍ଦ୍ଦେଶ ଥିଲା। ଏହି ପ୍ରସଙ୍ଗରେ ସୂଚନା ଦେଇ ସଡକ ପରିବହନ ବିଭାଗ ଆଦେଶର ସୂଚନା ସୋସିଆଲ ମିଡିଆରେ ମଧ୍ୟ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଦେଶରେ ପ୍ରଦୂଷଣ ସ୍ତରକୁ କମ କରିବା ଓ ଲୋକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସରକାର ୨୦୨୧-୨୨ ବଜେଟରେ ଭଲେଣ୍ଟରି ଭେଇକିଲ ସ୍କ୍ରାପିଙ୍ଗ ପଲିସି ଆଣିବେ ବୋଲି ଘୋଷଣା କରିଥିଲେ।

ସରକାରଙ୍କ ଯୋଜନା ଥିଲା ପଲିସି ମାଧ୍ୟମରେ କୌଣସି ସରକାରୀ ବିଭାଗ ଏବେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ବ୍ୟବହାର କରିପାରିବେ ନାହିଁ। ସେହିପରି ସାଧାରଣ ଲୋକେ ୨୦ ବର୍ଷରୁ ଅଧିକ ପୁରୁଣା ପର୍ସନାଲ ଓ କମର୍ସିଆଲ ଭେଇକିଲ ବ୍ୟବହାର କରିପାରିବେ ନାହିଁ। ଏହା ସହ ୧୫ ବର୍ଷବ୍ୟବହାର ପରେ ଗାଡିର ଫିଟନେସ୍ ଟେଷ୍ଟ ଆବଶ୍ୟକ କରିବା ସହ ଏହି ଟେଷ୍ଟରେ ଫେଲ ଗାଡିର ମାଲିକଙ୍କୁ ମୋଟା ରକମର ଜରିମନା କରିବାକୁ ଓ ଆବଶ୍ୟକ ସ୍ଥଳେ ଗାଡିକୁ ଜବତ କରିବା ଲାଗି ମଧ୍ୟ ବ୍ୟବସ୍ଥା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.