ଦେବସ୍ନାନ ପୂର୍ଣ୍ଣିମାରେ ଅଭାବନୀୟ ଘଟଣା, ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ

Published By : Prameya-News7 Bureau | June 04, 2023 IST

ପୁରୀ ୦୪।୦୬ :  ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅଭାବନୀୟ ଘଟଣା। ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ଅଣ ହିନ୍ଦୁ। କଲୋମ୍ବିଆର ଜଣେ ଅଣ ହିନ୍ଦୁ ପ୍ରବେଶ କରିଥିଲେ । ଯାହା ପରେ  ତାଙ୍କୁ ମନ୍ଦିର ବାହାରକୁ ବାହାର କରାଯାଇଛି ।

{"id":797847,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ପବିତ୍ର ସ୍ନାନ ପୂର୍ଣ୍ଣିମା ଲାଗି କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଅଣହିନ୍ଦୁ ଜଣକ ପ୍ରବେଶ କରିଥିଲେ । ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଦେଖି ପରେ ତାଙ୍କୁ ବାହାରକୁ ବାହାର କରିଥିଲେ ।

{"id":797848,"sizeSlug":"full","linkDestination":"none"}

ସେପଟେ ଘଟଣାକୁ ନେଇ ଏସପି କହିଛନ୍ତି ଯେ, ଘଟଣା ନଜରକୁ ଆସିବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଛି । ସମ୍ପୃକ୍ତ ଅଣହିନ୍ଦୁଙ୍କୁ ମନ୍ଦିରରୁ ବାହାର କରାଯାଇଛି । କେଉଁ ପରିସ୍ଥିତିରେ ସେ ଭିତରକୁ ପ୍ରବେଶ କଲେ , ତାହାର ତଦନ୍ତ ହେବ।

wp:embed {"url":"https://www.prameyanews7.com/three-mruta-in-sambalpur-2/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-mruta-in-sambalpur-2/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.