ଫ୍ୟାନ୍‌ଙ୍କୁ ଚାପୁଡ଼ା ମାରି ବଦ୍‌ନାମ ନାନା ପାଟେକର; ନିର୍ଦ୍ଦେଶକ କହିଲେ- ସେମିତି କିଛି ଘଟିନି, ଜଣାଇଲେ ଭିଡିଓର ପ୍ରକୃତ ସତ୍ୟ

Published By : Prameya-News7 Bureau | November 15, 2023 IST

ମୁମ୍ବାଇ: ଫ୍ୟାନ୍‌ଙ୍କୁ ଚାପୁଡ଼ା ମାରିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବଦନାମ ହେଉଛନ୍ତି ବଲିଉଡ୍ ରିୟଲ ଆକ୍ଟର ନାନା ପାଟେକର। ଶୁଟିଂ ସେଟ୍‌ରେ ଜଣେ ଫ୍ୟାନ୍‌ ହଠାତ୍ ପଶି ଆସି ସେଲ୍‌ଫି ନେବାକୁ ଚେଷ୍ଟା କରୁଥିବା ବେଳେ ନାନା ତାଙ୍କ ମୁଣ୍ଡ ପଛକୁ ଠୋ କିନା ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳୁଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ଲୋକେ ନାନା ପାଟେକରଙ୍କୁ କଡ଼ା ସମାଲୋଚନା କରିବା ସହ ତାଙ୍କୁ ଭିଲିଆନ ଭାବରେ ଚିତ୍ରଣ କରୁଛନ୍ତି।

ଏଭଳି ଘଟଣା ବିଷୟରେ ଜାଣିବା ପରେ ଫିଲ୍ମର ପ୍ରଯୋଜକ ଅନୀଲ ଶର୍ମା ନାନାଙ୍କ ସପକ୍ଷରେ ବାହାରିବା ସହ ଭିଡିଓର ସତ୍ୟତା କହିଛନ୍ତି। ଭିଡିଓ ଦେଖି ଫ୍ୟାନ୍‌ଙ୍କ ପାଖକୁ ଯେଉଁ ମେସେଜ୍ ଯାଇଛି ପ୍ରକୃତରେ ତାହା ସତ ନୁହେଁ। ନାନା କୌଣସି ଫ୍ୟାନ୍‌ଙ୍କୁ ମାରି ନାହାନ୍ତି, ବରଂ ଏହା ଶୁଟିଂର ଏକ ସିନ୍ ବୋଲି ଅନୀଲ ଶର୍ମା କହିଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ଘଟଣା ସମ୍ପର୍କରେ ସୂଚନା ଦେଇ ଗଦର-୨ ନିର୍ଦ୍ଦେଶକ ଅନୀଲ ଶର୍ମା କହିଛନ୍ତି “ ମୁଁ ବର୍ତ୍ତମାନ ଏହି ଘଟଣା ବିଷୟରେ ଜାଣିଲି। ମୁଁ ସେହି ଭିଡିଓକୁ ବର୍ତ୍ତମାନ ଦେଖୁଥିଲି। ନାନା କାହାକୁ ଚାପୁଡ଼ା ମାରି ନାହାନ୍ତି। ଏହା ମୋ ଫିଲ୍ମର ଏକ ଶଟ୍ ଥିଲା। ବନାରସର ମଝିରେ ରାସ୍ତାରେ ଆମେ ଫିଲ୍ମ ଶୁଟିଂ କରୁଥିଲୁ। ଏହି ସମୟରେ ନାନାଙ୍କ ପାଖକୁ ଜଣେ ପିଲା ଆସିବାର ଥିଲା ଓ ନାନା ତାଙ୍କୁ ଚାପୁଡ଼ା ମାରିବାର ଥିଲା। ଶୁଟିଂ ଚାଲିଥିବା ବେଳେ ନାନା ତାଙ୍କୁ ମାରିଥିଲେ।”

wp:html /wp:html

ଅନୀଲ ଶର୍ମା ଆହୁରି କହିଛନ୍ତି “ ଶୁଟିଂ ବେଳେ ସେଠାରେ ଉପସ୍ଥିତ ଥିବା ଭିଡ଼ର କିଛି ଲୋକେ ଫିଲ୍ମର ଏହି ଦୃଶ୍ୟକୁ ମୋବାଇଲ୍‌ କ୍ୟାମେରାରେ କଏଦ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ନାନାଙ୍କୁ ସୋସିଆଲ୍ ମିଡିଆରେ ଏକ ନେଗେଟିଭ୍ ଲୋକ ଭାବେ ଚିତ୍ରଣ କରାଯାଉଛି। ଯାହା ସମ୍ପୂର୍ଣ୍ଣ ଭୁଲ୍।”

ଏଥିସହିତ ନାନାଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ ଏପରି ନ କରିବାକୁ ଅନୀଲ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ମୁଁ ଫ୍ୟାନ୍‌ମାନଙ୍କୁ ଅନୁରୋଧ କରିବି ଯେ ଭିଡିଓ ସତ୍ୟତା ବୁଝନ୍ତୁ। ଏହା ଫିଲ୍ମର ଏକ ଛୋଟ ଦୃଶ୍ୟ ଥିଲା। ନାନା କାହାକୁ ଚାପୁଡ଼ା ମାରି ନାହାନ୍ତି ବୋଲି ଅନୀଲ ଶର୍ମା କହିଛନ୍ତି।  

ପଢନ୍ତୁ-ଇଣ୍ଡଷ୍ଟ୍ରିରୁ ଦୂରରେ ଥାଇ ସରଳ ଲାଇଫ୍‌ଷ୍ଟାଇଲ୍‌ ବିତାଉଛନ୍ତି ନାନା ପାଟେକର, ଜାଣନ୍ତୁ ସେ କେତେ କୋଟି ସମ୍ପତ୍ତିର ମାଲିକ

ସୂଚନା ଥାଉକି ନାନା ପାଟେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଭ୍ୟାକ୍ସିନ୍‌ ୱାର୍‌ରେ ଅଭିନୟ କରିବା ପରେ ଏବେ ଅନୀଲ ଶର୍ମାଙ୍କ ସିନେମାରେ ଶୁଟିଂ କରୁଛନ୍ତି। ଏହି ଶୁଟିଂ ବେଳର ମାତ୍ର ୧୦ ସେକେଣ୍ଡର ଏକ ଭିଡିଓ ଭାଇରାଲ୍ ହେଉଛି। ଯାହାକୁ ନେଇ ନାନା ପାଟେକରଙ୍କୁ ନାନା କଥା ଶୁଣିବାକୁ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.