କାଲାପାନି ଉପରେ ନିଜ ଦାବିରୁ ଓହରିଲା ନେପାଳ ! ଚୂଡାନ୍ତ ଜନଗଣନା ରିପୋର୍ଟରେ ଏହି କ୍ଷେତ୍ରର ନାହିଁ ଉଲ୍ଲେଖ

Published By : Prameya-News7 Bureau | March 27, 2023 IST

ନୂଆଦିଲ୍ଲୀ: ଜନଗଣନାର ଚୂଡାନ୍ତ ରିପୋର୍ଟ ନେପାଳ ସରକାର ଜାରି କରିଛନ୍ତି । ତେବେ ଏଥିରେ ସୁବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଏଥିରେ ପିଥୋରାଗଡ ଜିଲ୍ଲାର କାଲାପାନି କ୍ଷେତ୍ରର ଡାଟାକୁ ସାମିଲ କରାଯାଇ ନାହିଁ । ନେପାଳର ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ୨୦୨୨ ଜାନୁଆରୀରେ ଜାରି କରିଥିବା ନିଜର ପ୍ରାଥମିକ ଜନଗଣନା ରିପୋର୍ଟରେ ନେପାଳ ଏହି କ୍ଷେତ୍ରକୁ ସାମିଲ କରିଥିଲା । ଏହି ଡାଟା ଗଞ୍ଜି, ନାଭି ଏବଂ କୁଟି ଗାଁ ସହ ଜଡିତ ରହିଛି, ଯାହା ଭାରତୀୟ ସୀମାରେ ଆସୁଛି । ନେପାଳ ଏହି ଅଞ୍ଚଳକୁ ନିଜ ବୋଲି ଦାବି କରୁଛି । ଶୁକ୍ରବାର ଜାରି ଚୂଡାନ୍ତ ରିପୋର୍ଟରେ କାଲାପାନିର ତିନି ଗାଁର ଡାଟା ସାମିଲ୍ କରାଯାଇ ନାହିଁ ।

ରିପୋର୍ଟ ଅନୁସାରେ ନେପାଳର ପ୍ରାଥମିକ ରିପୋର୍ଟ ୨୦୧୧ର ଭାରତୀୟ ଜନଗଣନା ରିପୋର୍ଟ ଉପରେ ଆଧାରିତ ଥିଲା । ଏହାର ବାସ୍ତବିକ ଡାଟା ଏକାଠି କରାଯାଇ ପାରିବ ନାହିଁ କାରଣ ଭାରତୀୟ ସୀମାରେ ଥିବା ଗାଁରେ ନେପାଳର ଅଧିକାରୀ ପ୍ରବେଶ କରିପାରିବେ ନାହିଁ ।

ନେପାଳ ମିଡିଆ ସେଠାକାର ଡେପୁଟୀ ଚିଫ୍ ଷ୍ଟାଟିଷ୍ଟିକ୍ସ ଅଧିକାରୀଙ୍କ ବୟାନକୁ ନେଇ କହିଛି, 'ଆମେ ଏହି ଅଞ୍ଚଳରେ ପ୍ରବେଶ କରିପାରିନୁ, କାରଣ ଭାରତୀୟ ଅଧିକାରୀଙ୍କଠାରୁ ସହଯୋଗ ମିଳି ପରିଲା ନାହିଁ । ତେବେ ଆମେ ଅନୁମାନ କରୁଛୁ ଯେ ଏଠାରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ୫୦୦ ପାଖାପାଖି ଥିବ'।

୨୦୨୦ ମଇ ମାସରେ କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜସ୍ଥାନ ସିଂ ଲିପୁଲେଖ ରୋଡର ଉଦଘାଟନ ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ । ନେପାଳ ଦାବି କରିଥିଲା ଯେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କାଲାପାନି ଏହାର ଅଞ୍ଚଳ । ଏପରିକି ନେପାଳର ସଂସଦ ରାଜନୀତିକ ମ୍ୟାପରେ ସଂଶୋଧନର ପ୍ରସ୍ତାବ ମଧ୍ୟ ପାରିତ କରିଥିଲା  ଏବଂ ଏହାକୁ ନିଜର ଅଞ୍ଚଳ ବୋଲି ଦାବି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.