ଯୁକ୍ତ ୨ ଛାତ୍ରୀ ଯୌନ ନିର୍ଯାତନା ଘଟଣା : ୭ ମାସ ପରେ ବି ହୋଇନି କାର୍ଯ୍ୟାନୁଷ୍ଠାନ, ଘଟଣାର ସମାଧାନ ସରିଥିବା କହିଛନ୍ତି ଅଧ୍ୟକ୍ଷ ଓ ଅଭିଯୁକ୍ତ ଅଧ୍ୟାପକ

Published By : Prameya-News7 Bureau | July 18, 2025 IST

ଜଗତସିଂହପୁର ୧୮୭: ଜଗତସିଂହପୁର ଜିଲା କୁର୍ତ୍ତାଙ୍ଗ ସ୍ଥିତ ସ୍ୱାମୀ ଅରୁପନନ୍ଦ ଶିକ୍ଷା ବିଦ୍ୟାଳୟର ଗଣିତ ଅଧ୍ୟାପକଙ୍କ ନାଁରେ ଆସିଥିଲା ସଙ୍ଗୀନ ଅଭିଯୋଗ । ଯୁକ୍ତ ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଘଟଣାକୁ ୭ ମାସ ବିତିବାକୁ ବସିଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ହୋଇନି କୌଣସି କାର୍ଯ୍ୟାନୁଷ୍ଠାନ । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଛି । ଏ ବାବଦରେ କଲେଜ ଅଧ୍ୟକ୍ଷ ଓ ଅଭିଯୁକ୍ତ ଅଧ୍ୟାପକ ଘଟଣାର ସମାଧାନ ସରିଥିବା ନିଜ ନିଜର ପ୍ରତିକ୍ରିୟାରେ କହିଛନ୍ତି । ଛାତ୍ରୀ ଜଣକ କମ୍ପ୍ରମାଇଜ ପିଟିସନ ଦେବା ପରେ କମିଟି ବସି ଏହାର ସମାଧାନ ସରିଛି ବୋଲି ଅଧ୍ୟକ୍ଷ କହିଛନ୍ତି । ହେଲେ ପୀଡିତା ଛାତ୍ରୀ ଜଣକ ନାବାଳିକା ହୋଇଥିବାରୁ ତାଙ୍କର କମ୍ପ୍ରମାଇଜ ପିଟିସନକୁ କିଭଳି ଗ୍ରହଣ କରାଯାଇ ଘଟଣାର ସମାଧାନ କରିଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ଘଟଣାର ସମାଧାନ ପାଇଁ ପୀଡିତାଙ୍କ ଉପରେ କିଏ ଚାପ ପକାଇଲା ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । 


You Can Read:

କ୍ୟାମ୍ପସରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ ସହ POSH ଆକ୍ଟ ସଚେତନତା କର୍ମଶାଳା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.