ନିପାଣିଆ ଡଙ୍ଗାବୁଡ଼ି ଘଟଣା, କେବେ ଚେତିବେ ? : 9pm Discussion on 3rd Jan 2019

Published By : Prameya-News7 Bureau | January 03, 2019 IST

wp:core-embed/youtube {"url":"https://www.youtube.com/watch?v=fL8nKn4x7KI","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=fL8nKn4x7KI
/wp:core-embed/youtube

ବଣଭୋଜି ତହେଲା ଅନେକଙ୍କ ପାଇଁ ନୂଆ ଯାତ୍ରା । ନୂଆବର୍ଷରେ କିଛି ଖୁସି ସାଉଁଟିବା ପାଇଁ ପିକନିକ୍ ବାହାରିଥିଲେ ୧୯ଟି ପରିବାରର ୫୫ଜଣ । କିନ୍ତୁ ୯ ଜଣଙ୍କର ଭାଗ୍ୟ ଅକାଳରେ ଚାଲିଯିବ, ସେ କଥା କିଏ ଜିଣିଥିଲା । ଆଜି ହଷିଣାର ୯ ଜଣଙ୍କର ଜୁଇ ଏକାସାଙ୍ଗରେ ଜଳିଛି । କିନ୍ତୁ ପରିବହନ ମନ୍ତ୍ରୀଙ୍କ କହିବା ଭଳି ଭାଗ୍ୟକୁ ଦେଷ ଦେଇ ବସିଯାଇ ହେବ । ୨୦ ଜଣ ବସିବା ଲୋକ ଡଙ୍ଗାରେ ୫୫ ଜଣ ବସିଲେ । ନା ଥିଲା ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା, ନା ଥିଲା ଲାଇଫ ଜ୍ୟାକେଟ । ନିୟମ ସରକାର କରିଦେଲେ । ଯୋଜନାରେ ଲାଇଫ ଜ୍ୟାକେଟ ଯୋଗେଇଦେବା ପାଇଁ ଘୋଷଣା ତ କରିଦେଲେ ହେଲେ ଗ୍ରାଉଣ୍ଡ ଜିରୋରେ ଚିତ୍ର କିଛି ଅଲଗା । ନା ଲୋକଙ୍କୁ ସଚେତନ କରୁଛି ପ୍ରଶାସନ ନା ନିୟମର ପାଳନ କରାଯାଉଛି । ତା'ର ସମୟେ ସମୟରେ ପାଳନ କରାଯାଉଛି । ଅନ୍ତତଃ ନୂଆବର୍ଷ ବା ଅନ୍ୟ କୌଣସି ଉତ୍ସବ ପାଖାପାଖି ଦିନ ମାନଙ୍କ ପୂର୍ବରୁ ଚେକିଂ କରାଯିବା ଉଚିତ୍ ନଥିଲା କି ? ଏ ସବୁକୁ ନେଇ ପ୍ରକୃତରେ ଉତ୍ତରଦାୟୀ କିଏ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.