ଦିଲ୍ଲୀରେ ମଙ୍କିପକ୍ସର ଆଉ ଏକ ମାମଲା ଚିହ୍ନଟ, ନାଇଜେରିଆନ ବ୍ୟକ୍ତି ପଜିଟିଭ  

Published By : Prameya-News7 Bureau | August 01, 2022 IST

ନୂଆଦିଲ୍ଲୀ: ଦିଲ୍ଲୀରେ ମଙ୍କିପକ୍ସର ଆଉ ଏକ ମାମଲା ଚିହ୍ନଟ ହୋଇଛି । ସୂଚନା ଅନୁସାରେ ଦିଲ୍ଲୀରେ ରହୁଥିବା ଜଣେ ୩୫ ବର୍ଷୀୟ ନାଇଜିରିଆନ ବ୍ୟକ୍ତି ମଙ୍କିପକ୍ସରେ ସଂକ୍ରମିତ ହୋଇଛି । ତେବେ ନିକଟରେ ବ୍ୟକ୍ତି ଜଣଙ୍କ କୌଣସି ବିଦେଶ ଯାତ୍ରା କରି ନାହାନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସର ୬ଟି ମାମଲା ଚିହ୍ନଟ ହୋଇଛି । ଏଥିରୁ ଚାରୋଟି ମାମଲା କେରଳରୁ ଚିହ୍ନଟ ହୋଇଛି।

ଏହା ପୂର୍ବରୁ ସୋମବାର ରାଜସ୍ଥାନରେ ମଙ୍କିପକ୍ସର ପ୍ରଥମ ସନ୍ଦିଗ୍ଧ ମାମଲା ସାମନାକୁ ଆସିଥିଲା। ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, ମଙ୍କିପକ୍ସର ସନ୍ଦିଗ୍ଧ ଲକ୍ଷଣ ଥିବା ଜଣେ ଯୁବକଙ୍କୁ ଜୟପୁରର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ନମୂନା ଯାଞ୍ଚ ପାଇଁ ପଠାଯାଇଛି।

ଏହା ପୂର୍ବରୁ କେରଳ ସରକାର ଆଜି କହିଥିଲେ ଜୁଲାଇ ୩୦ରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା, ସେ ମଙ୍କିପକ୍ସରେ ସଂକ୍ରମିତ ଥିଲେ । ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଥିଲେ, ପୁନେ ସ୍ଥିତ ଏନଆଇଭକୁ ପଠାଯାଇଥିବା ମୃତ ଯୁବକଙ୍କ ନମୂନାରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଛି, ଏହା ପଶ୍ଚିମ ଆଫ୍ରିକୀୟ ଭାରିଆଣ୍ଟ ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.