ହିଣ୍ଡାଲକୋକୁ ୫୦ ଲକ୍ଷ ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ

Published By : Prameya-News7 Bureau | August 22, 2018 IST

ହିଣ୍ଡାଲକୋକୁ ୫୦ ଲକ୍ଷ ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ । ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ । ସମ୍ବଲପୁର ହୀରାକୁଦରେ ଥିବା ହିଣ୍ଡାଲକୋ କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ ଓ ଦୂଷିତ ପାଣି ଯୋଗୁ, ହଜାର ହଜାର ଏକର ଚାଷଜମି ନଷ୍ଟ ହେଉଛି । ଏହାକୁ ବିରୋଧ କରି, ଦୁଇଜଣ ଚାଷୀ, ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇଥିଲେ । ଏନଜିଟି ଚାଷୀଙ୍କ ମାମଲାର ଶୁଣାଣି କରି ଏହି ଜରିମାନା କରିଛନ୍ତି । ମାସେ ମଧ୍ୟରେ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ସହ, ପ୍ରଦୂଷଣର ସ୍ଥାୟୀ ପ୍ରତିକାର କରିବାକୁ ଜିଲ୍ଲାପାଳ ଏବଂ ରାଜ୍ୟ ପ୍ରଦୂଷଣବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି । ଜରିମାନା ଅର୍ଥରେ ପ୍ରଦୂଷଣ ନିୟନ୍ତ୍ରଣ କରାଯିବା ସହ, ଚାଷୀମାନଙ୍କ ଚାଷ, ପରିବେଶ ସୁରକ୍ଷା ଓ ମଣିଷ ମାନଙ୍କ ଜୀବନଶୈଳୀ ଉପରେ ଯେପରି ପ୍ରଭାବ ନପଡିବ ସେ ଦିଗରେ ଖର୍ଚ୍ଚ କରାଯିବ । ଯଦି ଏନଜିଟିର ରାୟକୁ ହିଣ୍ଡାଲକୋ କାରଖାନା କର୍ତ୍ତୃପକ୍ଷ ନମାନନ୍ତି ତେବେ, ତାଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରାଯିବା ସହ, କାରଖାନାକୁ ବନ୍ଦ କରିବାକୁ, ରାଜ୍ୟ ପ୍ରଦୂଷଣ ବୋର୍ଡକୁ ଦିଆଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଏନଜିଟିର ଏହି ରାୟ ପରେ,ଗତ ୧୫ବର୍ଷ ହେଲା, ପ୍ରଦୂଷଣ ବଳୟ ଭିତରେ ରହି, ଅଣନିଶ୍ବାସୀ ଚାଷୀମାନେ ଲାଭବାନ ହେବେ ବୋଲି ଆଶା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.