ଘଣ୍ଟାକରେ ଚିହ୍ନଟ ହେବ କରୋନାର ସବୁ ଭାରିଆଣ୍ଟ, ନୂଆ ଟେଷ୍ଟିଂ କିଟ୍ ବିକଶିତ କରିଥିବା US ବୈଜ୍ଞାନିକଙ୍କ ଦାବି

Published By : Prameya-News7 Bureau | July 04, 2022 IST

ନୂଆଦିଲ୍ଲୀ: କରୋନା ପ୍ରକୋପକୁ ପ୍ରାୟ ତିନି ବର୍ଷ ପୂରିବାକୁ ଯାଉଛି, ଏବେ ବି ବିଶ୍ୱ ଏହା ସହ ଲଢେଇ କରୁଛି । ଏହାରି ଭିତରେ ଆମେରିକାର ବୈଜ୍ଞାନିକମାନେ ଏକ ରାପିଡ୍ କୋଭିଡ-୧୯ ଟେଷ୍ଟ କିଟ୍ ବିକଶିତ କରିଛନ୍ତି । ଏହି ଟେଷ୍ଟିଂ କିଟ୍ ଜରିଆରେ ମାତ୍ର ଏକ ଘଣ୍ଟା ଭିତରେ କରୋନା ସବୁ ପ୍ରଜାତିଙ୍କୁ ଚିହ୍ନଟ କରାଯାଇ ପାରିବ । କୋଭାରସ୍କାନ ନାମକ ଏହି ରାପିଡ୍ ଟେଷ୍ଟିଂ କିଟ୍ SARS-CoV-2 ଭୂତାଣୁର ସମସ୍ତ ଭାରିଆଣ୍ଟରୁ ଚିହ୍ନଟ କରିବାରେ ସଫଳ ହୋଇଛି ।

ଆମେରିକାର ୟୁନିଭର୍ସିଟି ଅଫ୍ ଟେକ୍ସାସ ଗବେଷକମାନେ କୋଭାରସ୍କାନକୁ ବିକଶିତ କରିଛନ୍ତି । ୪,୦୦୦ରୁ ଅଧିକ ରୋଗୀଙ୍କ ନମୂନା ଏହି କିଟରେ ପରୀକ୍ଷଣ କରାଯାଇଥିଲା । ବେଗଷକମାନେ ନିଜର ଅଧ୍ୟୟନକୁ କ୍ଲିନିକାଲ କେମେଷ୍ଟ୍ରୀ ଜର୍ଣ୍ଣାଲରେ ପ୍ରକାଶିତ କରିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ, କୋଭରସ୍କାନ ଜରିଆରେ ବର୍ତ୍ତମାନ ସମୟରେ ଚିହ୍ନଟ ହୋଇଥିବା କରୋନା ସବୁ ଭୂତାଣୁର ସଠିକ ଚିହ୍ନଟ କରାଯାଇ ପାରିବ। ଏହା ବର୍ତ୍ତମାନ ସମୟର ଉପଲବ୍ଧ ଟେଷ୍ଟିଂ ପ୍ରଣାଳୀର ସବୁଠୁ ସଠିକ ପ୍ରଣାଳୀ ଥିବା ଦାବି କରାଯାଇଛି।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ନମୂନାରେ ଯେକୌଣସି ଭାରିଆଣ୍ଟ ଥିଲେ ମଧ୍ୟ ଏହି କିଟ୍ ସହଜରେ ତାକୁ ଚିହ୍ନଟ କରିପାରିବ। ୟୁନିଭର୍ସିଟି ଅଫ୍ ଟେକ୍ସାସର ପ୍ରଫେସର ଏବଂ ଏହି ଅଧ୍ୟୟନର ମୁଖ୍ୟ ଗବେଷକ ଜେଫରୀ ସୋରେଲ କହିଛନ୍ତି ଏହି ଟେଷ୍ଟ କିଟର ବ୍ୟବହାର ପରେ କରୋନାର ଭାରିଆଣ୍ଟକୁ ଶୀଘ୍ର ଚିହ୍ନଟ କରାଯାଇ ପାରିବ। ଏହାଛଡା ଯଦି କୌଣସି ନୂଆ ଭାରିଆଣ୍ଟ ସାମନାକୁ ଆସେ ତେବେ ମଧ୍ୟ ଏହି ଟେଷ୍ଟ କିଟ୍ ଚିହ୍ନଟ କରିପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.