୨୦୧୯ ପାଇଁ ବିହାର ଏନଡିଏର ସିଟ୍ ଭାଗବଣ୍ଟା ; ୧୭ଟି ଲେଖାଏଁ ସିଟ୍ ରେ ଲଢିବେ ବିଜେପି ଏବଂ ଜେଡିୟୁ, ୬ଟି ଆସନରେ ପ୍ରାର୍ଥୀ ଦେବ ଏଲଜେପି

Published By : Prameya-News7 Bureau | December 23, 2018 IST

ନୂଆଦିଲ୍ଲୀ ୨୩|୧୨: ୨୦୧୯ ନିର୍ବାଚନ ପାଇଁ ବିହାରରେ ଏନଡିଏ ସିଟ୍ ଭାଗବଣ୍ଟା ନେଇ ବାହାରିଲା ସୂତ୍ର । ୪୦ଟି ଲୋକସଭା ଆସନରୁ ୧୭ଟି ଆସନରେ ପ୍ରାର୍ଥୀ ଦେବ ବିଜେପି, ଜନତା ଦଳ ୟୁନାଇଟେଡ୍ ମଧ୍ୟ ୧୭ଟି ଆସନ ପାଇଁ ପ୍ରାର୍ଥୀ ଦେବ । ସେହିପରି ୬ଟି ଆସନରେ ପ୍ରତିଦ୍ବନ୍ଦିତା କରିବ ଲୋକ ଜନଶକ୍ତି ପାର୍ଟି । ବିଜେପିର ବରିଷ୍ଠ ନେତାଙ୍କୁ ଭେଟିବା ସହିତ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଏଲଜେପି ମୁଖ୍ୟ ରାମବିଳାସ ପାଶୱାନ । ଆଲୋଚନା ପରେ ସିଟ ଭାଗ ବଣ୍ଟା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହା ସହିତ କିଏ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ସେ ନେଇ ଖୁବଶୀଘ୍ର ନିଷ୍ପତି ନିଆଯିବ । ସିଟ୍ ଭାଗବଣ୍ଟା ପରେ ନୀତିଶ କହିଛନ୍ତି, ଆମେ ସମସ୍ତେ ମିଳିମିଶି କାମ କରିବୁ । ଅମିତ ଶାହା କହିଛନ୍ତି, ୨୦୧୪ ଠାରୁ ଏନଡିଏ ଅଧିକ ଆସନ ଜିତିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.