ନିୟମଗିରିରେ ମାଓ ପୋଷ୍ଟର ; ସିଆରପିଏଫ ଯବାନଙ୍କୁ ମାଓବାଦୀଙ୍କ ଥାର୍ଡ଼ ଡିଗ୍ରୀ

Published By : Prameya-News7 Bureau | August 20, 2018 IST

କଳାହାଣ୍ଡି ୨୦/୮ : ନିୟମଗିରିରେ ମାଓବାଦୀ ଓ ସିଆରପିଏଫର ପତିଆରା ଲଢେଇ ଚାଲିଛି । ଲାଞିଗଡ ବ୍ଲକ ତ୍ରିଲୋଚନପୁର ପଚାଂୟତ ନିକଟରୁ ନାଗାବଳୀ-ବାଂଶଧାରା-ଘୁମୁସୁର ଡିଭିଜନର ୨ ଗୋଟି ପୋଷ୍ଟର ଉଦ୍ଦାର ହୋଇଛି । ପୋଷ୍ଟରରେ ବେଦାନ୍ତ କଂମ୍ପାନୀକୁ ବିରୋଧ କରିଥିବା ଉଲ୍ଲେଖ ଅଛି । ନିୟମଗିରି ଆନ୍ଦୋଳନକୁ ସମର୍ଥନ । ସ୍ଥାନୀୟ ଡଗଂରିଆ ନେତା ଜିତୁ ଜାକାସିକା ସମେତ ସମର୍ଥକକୁ ଚେତାବନୀ ଦେଇଛନ୍ତି ମାଓବାଦୀ । ନିୟମଗିରିରୁ ଖଣି ଉତ୍ତୋଳନ ପାଇଁ ଜିତୁ ଜାକାସିକା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଷଡଯନ୍ତ୍ ରଚୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଆନ୍ୟପକ୍ଷରେ ମାଓ ସଂପର୍କରୁ ନିବୃତ ରହିବାକୁ ତାଡିଝୋଲା ଗାଁର ଜାମ ଗୌଡକୁ ନିର୍ଦେଶ ଦିଆଯାଇଛି | ରାୟଗଡାର ସିଆରପିଏଫ ଯବାନଙ୍କୁ ଲାଞିଗଡ ସାପ୍ତାହିକ ହାଟ ନିକଟରୁ ଉଠାଇ ନେଇ ନିସ୍ତୁକ ମାଡ ମାରି ଛାଡି ଦେଇଛନ୍ତି ମାଓବାଦୀ | ଜାମୁ ଗୌଡ ଲାଞିଗଡ ହସପିଟାଲରେ ଭର୍ତ୍ତି ଅଛନ୍ତି । ମାଓବାଦୀ ଓ ସିଆରପିଏଫର ପତିଆରା ଲଢେଇରେ ସ୍ଥାନୀୟ ଲୋକ ପେସି ହେଉଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.