ନଓ୍ବାଜୁଦ୍ଦୀନ ସିଦ୍ଦିକୀଙ୍କ ଭଉଣୀ ଗତ ୯ବର୍ଷ ହେଲା ସ୍ତନ କର୍କଟ ରୋଗରେ ପିଡୀତ ; ପାଳନ କଲେ ୨୫ତମ ଜନ୍ମଦିନ

Published By : Prameya-News7 Bureau | October 15, 2018 IST

ମୁମ୍ବାଇ୧୫|୧୦: ଲୋକପ୍ରିୟ ଅଭିନେତା ନଓ୍ବାଜୁଦ୍ଦୀନ ସିଦ୍ଦିକୀଙ୍କ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସମସ୍ତଙ୍କୁ ବିଚଳିତ କରିଛି । ନିଜ ଉଭଣୀଙ୍କ ସହ ଫଟୋ ସାଙ୍ଗକୁ ନଓ୍ବାଜୁଦ୍ଦୀନଙ୍କ ଲେଖା ଅନେକଙ୍କ ପାଇଁ ପ୍ରେରଣା ମଧ୍ୟ ହୋଇଛି । ଏହି ପୋଷ୍ଟରେ ନଓ୍ବାଜୁଦ୍ଦୀନ ଲେଖିଛନ୍ତି ଯେ, ତାଙ୍କ ଭଉଣୀଙ୍କୁ ଯେତେବେଳେ ୧୮ବର୍ଷ ବୟସ ହୋଇଥିଲା ସେବେଠାରୁ ସେ ସ୍ତନକର୍କଟ  ରୋଗରେ ପିଡୀତ ହୋଇଛନ୍ତି । ୧୮ବର୍ଷ ବୟସରେ ଆଡଭାନ୍ସଡ ଷ୍ଟେଜ ସ୍ତନକର୍କଟ ବୋଲି ଜଣାପଡିଥିଲା । ତେବେ ତାଙ୍କର ଦୃଢ ଇଚ୍ଛାଶକ୍ତି ଯୋଗୁଁ ଅକ୍ଟୋବର ୧୩ତାରିଖରେ ସେ ୨୫ତମ ଜନ୍ମ ଦିନ ପାଳନ କରିପାରିଛନ୍ତି । ତେବେ ଆଜି ମଧ୍ୟ ସେ କ୍ୟାନସର ସହ ଲଢେଇ କରୁଛନ୍ତି ବୋଲି ନଓ୍ବାଜୁଦ୍ଦୀନ ଲେଖିଛନ୍ତି । ଯେଉଁ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରୁଛନ୍ତି ସେ ସମସ୍ତଙ୍କୁ ନଓ୍ବାଜୁଦ୍ଦୀନ ତାଙ୍କ ପୋଷ୍ଟ ଜରିଆରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ଯେ, ନଓ୍ବାଜୁଦ୍ଦୀନ ବର୍ତ୍ତମାନ ଫିଲ୍ମ ‘ଠାକରେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ‘ଠାକରେ’ ଏକ ବ୍ୟବସାୟିକ ଫିଲ୍ମ । ଏହା ବାଲ୍ ଠାକରେଙ୍କ ଜୀବନ ଉପରେ ଆଧାରିତ । ୨୦୧୭ ମସିହା ଡିସେମ୍ବର ମାସରେ ଫିଲ୍ମର ଟିଜର ରିଲିଜ ହୋଇସାରିଛି । ୨୦୧୯ ଜାନୁଆରୀ ୨୩ରେ ଫିଲ୍ମ ମୁକ୍ତି ଲାଭ କରିବ । ଶିବସେନାରେ କର୍ମକର୍ତ୍ତା ସଂଜୟ ରାଉତ ଫିଲ୍ମର କାହାଣୀ ରଚନା କରିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ଫାଁସେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.