ପଞ୍ଚାୟତ ପାଇଁ ନବୀନଙ୍କ ‘ପିଠା’ ଯୋଜନା

Published By : Prameya-News7 Bureau | December 04, 2018 IST

ଭୁବନେଶ୍ବର ୦୪|୧୨: ପଞ୍ଚାୟତସ୍ତରରେ ସରକାରୀ ଯୋଜନାକୁ ଅଧିକ କ୍ରିୟାଶୀଳ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି 'ପିଠା' ଯୋଜନା । ଏହା ଆମ ଗାଁ ଆମ ବିକାଶ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରତିମାସ ୧୫ରୁ ୨୦ ତାରିଖ ମଧ୍ୟରେ ପଞ୍ଚାୟତରେ ପିଠା ଯୋଜନାରେ କ୍ୟାମ୍ପ ପଡ଼ିବ । ବିଭିନ୍ନ ସରକାରୀ ଯୋଜନାର ତଦାରଖ କରାଯିବ । ପ୍ରତି ବ୍ଲକର ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ । ଏହା ସହ ଜିଲ୍ଲା ଓ ରାଜ୍ୟସ୍ତରର ପଞ୍ଚାୟତକୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ ଓ ଟେକ୍ନୋଲୋଜିକୁ ଗୁରୁତ୍ବ ଦେବା ଏହି ଯୋଜନାର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.