ଜାତୀୟ ସ୍ତରୀୟ ଟେବୁଲ୍ ଟେନିସ୍ ଚମ୍ପିଆନ୍‌ସିପ୍‌: ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ସୋଆ ଆଇନ୍‌ ଛାତ୍ରୀ

Published By : Prameya-News7 Bureau | March 20, 2023 IST

ଭୁବନେଶ୍ୱର ୨୦/୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଛାତ୍ରୀ ସୁଶ୍ରୀ ପାୟଲ୍ ପାଣୀ ଜମ୍ମୁରେ ସୋମବାର ଆରମ୍ଭ ହୋଇଥିବା ୮୪ତମ ସିନିୟର ନ୍ୟାସ୍‌ନାଲ୍ ଓ ଇନ୍‌ଟର ଷ୍ଟେଟ୍ ଟେବୁଲ ଟେନିସ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି। ପାୟଲ ପୂର୍ବରୁ ଜାତୀୟ ସ୍ତରୀୟ ଟେବୁଲ୍ ଟେନିସ୍ ଚମ୍ପିଆନ୍‌ସିପ୍‌ରେ ସବ୍ ଜୁନିୟର ଓ ଜୁନିୟର ବର୍ଗରେ ମଧ୍ୟ ରାଜ୍ୟକୁ ପ୍ରତିନିଧିତ୍ୱ କରିଥିଲେ।

{"id":760753,"width":699,"height":398,"sizeSlug":"full","linkDestination":"none"}

ଏଥର ତାଙ୍କୁ ପ୍ରଥମ ଥର ସିନିୟର୍ ଟିମ୍ ପାଇଁ ଚୟନ କରାଯାଇଛି। ସେ ଉଭୟ ସିଙ୍ଗଲ୍‌ସ ଏବଂ ଡବଲ୍ସରେ ବିଭାଗରେ ଖେଳିବେ। ସୂଚନା ଥାଉକି, ସୋଆ ନ୍ୟାସନାଲ ଇନିଷ୍ଟିଚିଉଟ୍‌ ଅଫ୍‌ ଲ’ରେ ଇଣ୍ଟିଗ୍ରେଟେଡ୍‌ ଲ ପାଠ୍ୟକ୍ରମର ତୃତୀୟ ବର୍ଷର ଛାତ୍ରୀ। ଏହି ଅବସରରେ ସେ କହିଛନ୍ତି “ମୁଁ ସିନିୟର ରାଜ୍ୟ ଦଳକୁ ପ୍ରତିନିଧିତ୍ୱ କରୁଥିବାରୁ ଖୁବ ଉତ୍ସାହିତ ଅଛି ଓ ଭଲ ପ୍ରଦର୍ଶନ ପାଇଁ ଖୁବ୍ ଆଶାବାଦୀ ମଧ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.