ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡିର ଚଢଉ : ଛାନଭିନ୍ କରୁଛନ୍ତି ଅଧିକାରୀ

Published By : Prameya-News7 Bureau | August 02, 2022 IST

ନୂଆଦିଲ୍ଲୀ ୦୨/୦୮:   ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ସ୍ଥିତ ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ଚଢଉ କରିଛି । କୁହାଯାଉଛି ଯେ. ଇଡି କାର୍ଯ୍ୟାଳୟରେ ଛାନଭୀନ୍ କରୁଛି । ନିକଟରେ ତଦନ୍ତକାରୀ ସଂସ୍ଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା ପାଇଁ ଡାକିଥିଲା ।

କିଛି ଦିନ ତଳେ ଇଡି ସୋନିଆଙ୍କୁ ପଚରାଉଚରା କରିଥିଲା । ଯାହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ସାରା ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିଲା ।

ସୋନିଆଙ୍କୁ ଶହେରୁ ଅଧିକ ପ୍ରଶ୍ନ

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଚରାଉଚୁରା ସରିଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ତୃତୀୟ ଦିନରେ କଂଗ୍ରେସର ମୁଖ୍ୟଙ୍କୁ ପ୍ରାୟ ତିନି ଘଣ୍ଟା ପଚରା ଉଚରା କରିଥିଲେ କେନ୍ଦ୍ରୀୟ ଏଜେନ୍ସି। ପରବର୍ତ୍ତୀ ସମନ ଜାରି ନହେବା ପର୍ଯ୍ୟନ୍ତ ତାଙ୍କୁ ଆଉ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ପଡିବ ନାହିଁ। ଏଜେନ୍ସି ଏହି ତିନି ଦିନରେ ପ୍ରାୟ ୧୨ ଘଣ୍ଟାରେ ସୋନିଆଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ କରିଥିଲା।

ସୋନିଆ ଗାନ୍ଧୀ ବୁଧବାର ପ୍ରାୟ  ୩ ଘଣ୍ଟା ପଚରାଉଚୁରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋନିଆଙ୍କୁ ଆଗକୁ ଆଉ ହାଜର ହେବାକୁ ପଡିବ ନାହିଁ। କିନ୍ତୁ ଏହା ମଧ୍ୟ କୁହାଯାଉଛି ଆବଶ୍ୟକ ପଡିଲେ ଏଜେନ୍ସି ତାଙ୍କୁ ଡକାଇପାରେ। ପଚରା ଉଚୁରା ସମୟରେ ସୋନିଆ ତୁରନ୍ତ ଉତ୍ତର ଦେଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.