ଦିଲ୍ଲୀ ଯିବେନି ନରସିଂହ ମିଶ୍ର, ଅସୁସ୍ଥତା କାରଣରୁ ରାଷ୍ଟ୍ରପତିଙ୍କୁ ଭେଟିବେନି ଏହି କଂଗ୍ରେସ ନେତା

Published By : Prameya-News7 Bureau | August 02, 2022 IST

ଭୁବନେଶ୍ୱର ୦୨।୦୮ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡିଶା ନେତା ଓ ମନ୍ତ୍ରୀ ଭେଟିବା ପ୍ରସଙ୍ଗ। ଦିଲ୍ଲୀ ଯିବେନି କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ଅସୁସ୍ଥତା କାରଣରୁ ଦିଲ୍ଲୀ ଯିବେ ନାହିଁ ନରସିଂହ ମିଶ୍ର । ଅଗଷ୍ଟ ୩ ତାରିଖରେ ବିଧାୟକମାନେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଖବର ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ଵରେ ଏକ ଟିମ୍ ୨ ତାରିଖରେ ଦିଲ୍ଲୀ ଯିବେ। ଏହି କମିଟିରେ ୨୬ ଜଣ ବିଧାୟକ, ମନ୍ତ୍ରୀଙ୍କ ସମେତ କଂଗ୍ରେସ, ବିଜେପି ଓ ବିଜେଡିର ସଦସ୍ୟ ରହିଛନ୍ତି। ସମସ୍ତ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ନେଗେଟିଭ୍ ରିପୋର୍ଟ ଆସିବା ପରେ ସମସ୍ତ ସଦସ୍ୟ ଦିଲ୍ଲୀ ଯିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.