ଅନ୍ତର୍ଜାତୀୟ ହକି ଫେଡେରେସନର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରିନ୍ଦର ବାତ୍ରା, OIC ସଦସ୍ୟତା ବି ଛାଡିଲେ

Published By : Prameya-News7 Bureau | July 18, 2022 IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ହକି ଫେଡେରେସନର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରିନ୍ଦର ବାତ୍ରା। ଏଥିସହ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଦସ୍ୟତା ଛାଡିବା ସହ ଭାରତୀୟ ଅଲିମ୍ପିକ ସଂଘରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ତିନୋଟି ଅଲଗା ଅଲଗା ଚିଠି ଲେଖି ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ମେ ୨୫ରେ ଦିଲ୍ଲୀ ହାଇକୋର୍ଟ ହକି ଇଣ୍ଡିଆରେ ଆଜୀବନ ସଦସ୍ୟତା ନିୟମକୁ ସମାପ୍ତ କରିଥିଲେ।

ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବାତ୍ରାଙ୍କୁ ଭାରତୀୟ ଅଲିମ୍ପିକ ସଂଘ ଅଧ୍ୟକ୍ଷ ପଦରୁ ହଟିବା ନିଶ୍ଚିତ ହୋଇ ଯାଇଥିଲା। ଏବେ ସେ ବାକି ଦୁଇଟି ଦାୟିତ୍ଵ ଛାଡିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ କାରଣରୁ ଅନ୍ତର୍ଜାତୀୟ ହକି ଫେଡେରେସନର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ବାତ୍ରା କହିଛନ୍ତି।

ସୂଚନାଯୋଗ୍ୟ, ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ପଦରୁ ହଟିବା ପରେ  ବାତ୍ରାଙ୍କୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଦସ୍ୟତା ଛାଡିବାର ଥିଲା। ହେଲେ ଅନ୍ତର୍ଜାତୀୟ ହକି ଫେଡେରେସନର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ସଭିଙ୍କୁ ଚକିତ କରିଛି। ସେ ଏହି ପଦରେ ରହି ଭାରତୀୟ ହକିର ସେବା କରୁଥିଲେ।

୨୦୧୭ରେ ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହୋଇଥିବା  ବାତ୍ରା ଚଳିତ ବର୍ଷ ମେ ୨୫ରେ ନିଜ ପଦରୁ ଇସ୍ତଫା ଦେଇଥିଲେ।ଏହି ସମୟରେ ସେ କହିଥିଲେ ଯେ, ହକି ପାଇଁ ସେ ଅଧିକ ସମୟ ଦେବାକୁ ଚାହାନ୍ତି। ହେଲେ ଏବେ ସେ ଏହି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ଫଣ୍ଡରୁ ୩୫ କୋଟି ଟଙ୍କାର ଦୁରୁପଯୋଗ କରିବା ଅଭିଯୋଗରେ ତଦନ୍ତର ପରିଧିରେ ଅଛନ୍ତି ବାତ୍ରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.