ଆସିଲେନି ନାଣ୍ଡୁ ବାବୁ, ଥାନାରେ ୧୦ ଲକ୍ଷ ଟଙ୍କା ଫେରାଇଲେ ନରି ପଣ୍ଡା

Published By : Prameya-News7 Bureau | August 05, 2025 IST

ଚଣ୍ଡିଖୋଲ ୦୫।୦୮ : ଟଙ୍କା ଫେରାଇଲେ ନରି ପଣ୍ଡା । ତୁଳସୀ ଗଣନାଟ୍ୟ ମାଲିକଙ୍କ ଠାରୁ ନେଇଥିବା ଅଗ୍ରୀମ ଟଙ୍କାକୁ ଫେରାଇଛନ୍ତି ହାସ୍ୟ ଅଭିନେତା ନରି ପଣ୍ଡା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିକାରୀଙ୍କ ନିକଟରେ ୧୦ ଲକ୍ଷ ଟଙ୍କା ଫେରିଛନ୍ତି ନରି ପଣ୍ଡା । 

ତୁଳସୀ ଗଣନାଟ୍ୟରେ ଆଗାମୀ ଯାତ୍ରା ସିଜିନ୍‌ରେ କାମ କରିବା ପାଇଁ ଯାତ୍ରା କଳାକାର ନରି ପଣ୍ଡା ଅଗ୍ରୀମ ଟଙ୍କା ନେଇଥିଲେ । ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳଙ୍କ ଠାରୁ ନରି ପଣ୍ଡା ୧୦ ଲକ୍ଷ ଟଙ୍କା ନେଇଥିଲେ ନରି ପଣ୍ଡା । ପରେ ଯାତ୍ରା ମାଲିକ ନାଣ୍ଡୁ ବାବୁ ଓ ନରି ପଣ୍ଡାଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏପିରିକି ପରି ପଣ୍ଡାଙ୍କୁ ଯାତ୍ରା ମାଲିକ ନାଣ୍ଡୁ ବାବୁ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା । ଏନେଇ ବାଲିଚନ୍ଦ୍ରପୁର ଥାନାରେ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଯାହାକୁ ନେଇ ଯାତ୍ରା ମାଲିକ ଓ କଳାକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଥିଲା । ବିବାଦର କିଛି ଦିନ ପରେ ମାନେ ଆଜି (ଅଗଷ୍ଟ ୫) ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚିଥିଲେ ନରି ପଣ୍ଡା । ସେଠାରେ ଥାନା ଅଧିକାରୀଙ୍କ ସାମ୍ନାରେ ତୁଳସୀ ମାଲିକଙ୍କ ଠାରୁ ନେଇଥିବା ୧୦ ଲକ୍ଷ ଟଙ୍କା ଫେରାଇଥିଲେ । ଏହାସହିତ ମାଲିକଙ୍କ ସହିତ କରିଥିବା ଏଗ୍ରିମେଣ୍ଟ ପେପରକୁ ମଧ୍ୟ ଥାନା ଅଧିକାରୀଙ୍କ ସାମ୍ନାରେ ରଖିଥିଲେ ।


ସେପଟେ ଟଙ୍କା ଫେରସ୍ତ ପରେ ଥାନାରେ ଅଧିକାରୀ କହିଛନ୍ତି ଯେ, ଥାନାରେ ନରି ପଣ୍ଡା ଟଙ୍କା ଜବତ କରିଛନ୍ତି । ସମସ୍ତ ଟଙ୍କାକୁ ସିଜ୍ କରାଯାଇଛି । ବାକି ଆଗାମୀ ଦିନରେ ତୁଳସୀ ଯାତ୍ରା ପାର୍ଟି ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଫେରାଇ ଦିଆଯିବ ।  ପୂର୍ବରୁ ମଧ୍ୟ ନରି ପଣ୍ଡା ଟଙ୍କା ଫେରାଇବାକୁ ଥାନାକୁ ଆସିଥିଲେ । ହେଲେ କୌଣସି କାରଣ ଲାଗି ସେ ଫେରିଯାଇଥିଲେ । ଆଉ ଏବେ ସମସ୍ତ ଟଙ୍କା ଫେରସ୍ତ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.