ବଢ଼ି ବଢ଼ି ଚାଲିଛି ବିରୋଧୀ ଦଳଙ୍କ ପ୍ରଧାନମନ୍ତ୍ରୀ ତାଲିକା, ହୋଇପାରେ ୨ ଡଜନରୁ ଅଧିକ: ନକବୀ

Published By : Prameya-News7 Bureau | August 13, 2022 IST

ରାମପୁର ୧୩।୮: ଉତ୍ତରପ୍ରଦେଶ ରାମପୁରରେ ଏକ ସମାବେଶକୁ ସମ୍ବୋଧିତ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବ୍ବାସ ନକବୀ କହିଛନ୍ତି ଯେ ନିରାଶାବାଦୀ ରାଜନୈତିକ ଖେଳାଳିଙ୍କ ଦେଖାଇ ହେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଡା ମେହନତ ଓ ବିଶ୍ୱସ୍ଥତାକୁ କେବେ ପରାଜିତ କରିପାରିବନି। ଏଣୁ ରୁଗ୍ଣ ରାଜନୈତିକ ମାନସିକତାର ଲୋକେ ଖୁବ୍ ଶୀଘ୍ର ରାଜନୀତିରୁ ଉଭେଇ ଯିବେ ବୋଲି ନକବୀ କହିଛନ୍ତି।

 ବିରୋଧୀ ଦଳଙ୍କ ପକ୍ଷରୁ ନୀତୀଶ କୁମାର,ମମତା ବାନାର୍ଜୀ ଓ ଏବେ ଅଖିଳେଶ ଯାଦବଙ୍କ ନାମ ବି ଆସିବାରେ ଲାଗିଲାଣି। ଏଥିରେ ନକବୀ ପରିହାସ ଛଳରେ ପ୍ରଧାନମନ୍ତ୍ରୀ ପଦବୀ ଲାଗି ୨ ଡଜନ ପ୍ରାର୍ଥୀଙ୍କ ସୂଚୀକୁ ସେ ଅପେକ୍ଷା କରିଥିବା କହିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳମାନେ ପୂର୍ବରୁ ୨ ଡଜନ ପ୍ରଧାନମନ୍ତ୍ରୀଙ୍କ ପ୍ରତୀକ୍ଷା ସୂଚୀ ପ୍ରସ୍ତୁତ କରି ରଖିଛନ୍ତି। ଏହାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭେନିଟି ୱିଦାଉଟ୍ ଭେକେନ୍ସୀ ବୋଲି କହିଛନ୍ତି।

ତମାମ ରାଜନୈତିକ ଅସହିଷ୍ଣୁତା, ମିଥ୍ୟା ଓ ମନଗଢା ଅଭିଯୋଗ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ସମାବେଶୀ ସଶକ୍ତିକରଣ ସଂକଳ୍ପ ସହିତ କାର୍ଯ୍ୟ କରିଚାଲିଥିବା ନକବୀ କହିଛନ୍ତି। ସେ କହିଛନ୍ତି ଯେ ଦେଶର ସୁରକ୍ଷା ଓ ଗାରିମା ମୋଦିଙ୍କ ଲାଗି ରାଷ୍ଟ୍ରନୀତି ଅଟେ, ସେହିପରି ଆବଶ୍ୟକ କରୁଥିବା ପ୍ରତ୍ୟେକଙ୍କ କଲ୍ୟାଣ ତାଙ୍କ ଲାଗି ରାଷ୍ଟ୍ରଧର୍ମ। ରାମପୁର ଗସ୍ତ କାଲରେ ନକବୀ ମହାତ୍ମା ଗାନ୍ଧି ଷ୍ଟାଡିୟମରେ ତିରଙ୍ଗା ପତଙ୍ଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ୭୫ଟି ଗୁଡି ଉଡାଇ ଜାତୀୟ ପତାକାକୁ ସମ୍ମାନୀତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.