ପୁଅ-ବୋହୂଙ୍କ ଅଲଗା ହେବା ପରେ ଇମୋସନାଲ୍ ପୋଷ୍ଟ ଲେଖିଲେ ନାଗାର୍ଜୁନ, କହିଲେ-ଅତି ଦୁଃଖର ସହ ଏହା ଲେଖୁଛି...

Published By : Prameya-News7 Bureau | October 04, 2021 IST

ନୂଆଦିଲ୍ଲୀ ୦୪/୧୦: ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ବୋହୂ ସାମନ୍ଥା ସେମାନଙ୍କ ଛାଡପତ୍ର ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ବିବାହର ୪ ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ଘୋଷଣା କରିଛନ୍ତି। ତାଙ୍କ ନିଷ୍ପତ୍ତି ଉପରେ ନାଗାର୍ଜୁନଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି, ସେ ଏହାକୁ ନେଇ ଭାଙ୍ଗି ପଡିଛନ୍ତି।

{"width":618,"height":625}
PunjabKesari

ସାମନ୍ଥା ଏବଂ ନାଗା ଚୈତନ୍ୟ ସେମାନଙ୍କ ସମ୍ପର୍କକୁ ନେଇ ଟ୍ୱିଟ୍ କରି କହିଛନ୍ତି- ‘ବହୁ ଚିନ୍ତା କରିବା ପରେ, ଆମେ ଦୁହେଁ ନିଷ୍ପତ୍ତି ନେଇଛୁ ଯେ ଆମେ ସ୍ୱାମୀ-ସ୍ତ୍ରୀ ଭାବରେ ପରସ୍ପରଠାରୁ ଅଲଗା ହୋଇ ନିଜ ପଥ ବାଛିବୁ। ଆମେ ଭାଗ୍ୟବାନ ଯେ ଆମର ଏକ ଦଶନ୍ଧିରୁ ଅଧିକ ଦିନ ବନ୍ଧୁତା ଥିଲା, ଯାହା ଆମର ସମ୍ପର୍କର ଏକ ମୁଖ୍ୟ ଭାଗ ଥିଲା। ଆମେ ଅନୁଭବ କରୁଛୁ ଯେ ଆମର ବନ୍ଧୁତା ଆଗକୁ ବି ଆମ ଦୁହିଁଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ରହିବ।ଆମେ ଆମର ପ୍ରଶଂସକ, ଗଣମାଧ୍ୟମ ଏବଂ ଶୁଭେଚ୍ଛୁମାନଙ୍କୁ ଏହି ସମୟରେ ଆମକୁ ଏକୁଟିଆ ଛାଡିବାକୁ ଅନୁରୋଧ କରୁଛୁ ଯାହା ଦ୍ୱାରା ଆମେ ଆଗକୁ ବଢିପାରିବୁ।’

{"width":618,"height":769}
PunjabKesari

ଏହାପରେ ବର୍ତ୍ତମାନ ନାଗାର୍ଜୁନ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି - ମୁଁ ଏହି ପୋଷ୍ଟକୁ ଅତି ଦୁଃଖର ସହ ଲେଖୁଛି। ସାମ୍ ଏବଂ ଚୈ ମଧ୍ୟରେ ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯାହା ଘଟେ ତାହା ଅତ୍ୟନ୍ତ ବ୍ୟକ୍ତିଗତ। ମୋ ପରିବାର ସାମ୍ ସହିତ ବିତାଇଥିବା ସମସ୍ତ ମୁହୂର୍ତ୍ତକୁ ଉପଭୋଗ କରିବେ ଏବଂ ସେ ସର୍ବଦା ମୋ ହୃଦୟରେ ରହିବେ। ଭଗବାନ ଉଭୟଙ୍କୁ ଶାନ୍ତି ଦିଅନ୍ତୁ ଏବଂ ସେମାନଙ୍କୁ ମଜବୁତ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.