କୂଅରୁ ଉଦ୍ଧାର ହେଲା ୨ ନାବାଳିକାଙ୍କ ମୃତଦେହ, ବୁଧବାରରୁ ନିଖୋଜ ଥିଲେ ଉଭୟେ

Published By : Prameya-News7 Bureau | February 07, 2020 IST

ନବରଙ୍ଗପୁର ୦୭।୦୨: ନିଖୋଜ ୨ ନାବାଳିକାଙ୍କ ମୃତଦେହ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ପଖନାପାରା ଗାଁରୁ ୨ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ସନ୍ଧ୍ୟାରେ ଗାଁ ପାଖ କୂଅରେ ୮ ବର୍ଷିୟ ପଞ୍ଚବତୀ ତିୱାରୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଶୁକ୍ରବାର ସକାଳୁ ରାଇଘର ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଯାଇ ଝିଅର ମୃତଦେହ ଉଦ୍ଧାର କରିବା ପରେ କୂଅ ଭିତରେ ଦବି ରହିଥିବା ଆଉ ଜଣେ ନାବାଳିକାର ମୃତଦେହ ମଧ୍ୟ ଉଦ୍ଧାର କରିଛି । ମୃତକ ହେଲେ ୯ ବର୍ଷିୟ ଲକ୍ଷ୍ମୀ ପାଣ୍ଡେ । ନିଖୋଜ ଥିବା ୨ ନାବାଳିକାଙ୍କ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ହସ୍ପିଟାଲ ପଠାଇଥିବା ବେଳେ ଅଧିକ ତଦନ୍ତ ଚଳାଇଛି  ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଲକ୍ଷ୍ମୀ ପାଣ୍ଡେ ପଖନାପାରା ସ୍ଥିତ ନିଜ ମାମୁ ଘରକୁ ବୁଲିବାକୁ ଯାଇଥିଲା l ଏହି ଅବସରରେ ନିଜ ମାମୁ ଘର ପଡୋଶୀରେ ଥିବା ପଞ୍ଚବତୀ ତିୱାରୀ ସହିତ ବନ୍ଧୁତା ରହିଥିବାରୁ ଦୁହେଁ ମିଶି ବୁଧବାର ଦିନ ପ୍ରାୟ ୨ ଟା ସମୟରେ ଘରୁ ବାହାରି ଯାଇଥିଲେ l ଦିନତମାମ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ | ଉଭୟ ଗୋନା ଗାଁକୁ ଯାଇଥାଇପାରନ୍ତି ବୋଲି ସନ୍ଦେହ କରି ସିଜନ ତିୱାରୀ ପ୍ରକାଶ ପାଣ୍ଡେଙ୍କୁ ଫୋନ ଯୋଗେ ବୁଝିଥିଲେ l କିନ୍ତୁ ସେଠାରେ ଦୁହେଁ ନଥିବା ଜାଣି, ଶେଷରେ ପରିବାର ପକ୍ଷରୁ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୁଲିସ ନିଖୋଜ ମାମଲା ଋଜୁ କରି ଗୋନା ଏବଂ ପଖନାପାରା ଗାଁକୁ ଯାଇ ତଦନ୍ତ ଜାରି ରଖିଥିଲା l ତେବେ ଶୁକ୍ରବାର ସକାଳୁ ଉଭୟଙ୍କ ମୃତଦେହ ଠାବ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.