ଭୟଙ୍କର ବ୍ୟଭିଚାର : ୧୨ବର୍ଷର ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା, ୭ନାବାଳକ ଗିରଫ

Published By : Prameya-News7 Bureau | March 02, 2020 IST

ଗୌହାଟି ୦୨।୦୩ : ପୁଣି ଲଜ୍ଜା । ଜଣେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୭ଜଣ ନାବାଳକଙ୍କୁ ଗିରଫ କରିଛି । ଆସାମର ବିଶ୍ବନାଥ ଜିଲ୍ଲା ଗୋହପୁର ପୋଲିସ ଥାନା ଅଞ୍ଚଳରୁ ଏପରି ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତମାନଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ ।  

ରିପୋର୍ଟ ମୁତାବିକ, ପୋଲିସ ଗିରଫ କରିଥିବା ସାତଜଣ ନାବାଳକଙ୍କ ମଧ୍ୟରୁ ଜଣେ ଶୁକ୍ରବାର ଦିନ ରାତି ସମୟରେ ନାବାଳିକାକୁ ପ୍ରଲୋଭିତ କରି ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲା । ଯେଉଁଠାରେ ପୂର୍ବରୁ ତାର ସାଥୀମାନେ ଉପସ୍ଥିତ ଥିଲେ । ଜଙ୍ଗଲରେ ସାତ ଜଣ ନାବାଳକ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ତେବେ ଘରୁ ଝିଅ  ନିଖୋଜ ହେବା ଅଭିଯୋଗରେ ପରିବାର ପକ୍ଷରୁ ଶନିବାର ଦିନ ସ୍ଥାନୀୟ ପୋଲିସ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରିବାର ଲୋକ ଓ ପୋଲିସ ଉଭୟ ମିଶି ଖୋଜାଖୋଜି ଆରମ୍ଭ କରିଥିଲେ । କିଛି ସମୟରେ ଗାଁ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।  ତେବେ ପୋଲିସ ଘଟଣା ତଦନ୍ତରେ ଜାରି ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଥିଲା । ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତ ନିଜ ଦୋଷୀ ସ୍ବୀକାର କରିଥିଲା । ଏବଂ କହିଥିଲେ ଯେ, ସାତ ଜଣ ମିଶି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲୁ , ପରେ ତାକୁ ହତ୍ୟା କରିଥିଲୁ ।

ତେବେ ଏଭଳି ନୃଶଂସ ଘଟଣାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପୋଲିସ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇ ଯାଇଥିବା ସମୟରେ ସ୍ଥାନୀୟଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା । ଗ୍ରାମବାସୀମାନେ ଗୋହପୁର ଥାନା ଘେରାଉ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।   

ବିଶ୍ବନାଥ ଜିଲ୍ଲାର ଅତିରିକ୍ତ ପୋଲିସ ଅଧିକ୍ଷକଙ୍କ ଅନୁଯାୟୀ, ପୋଲିସ ଘଟଣାରେ ସାତଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏବଂ ସେମାନେ ନାବାଳକ ବୋଲି ଜଣାପଡିଛି । ପୋଲିସ ଆଇପିସି ଧାରା ୩୬୬(ଏ), ୩୭୬(ବି), ଆଇପିସି ଧାରା ୩୪ ଓ POCSO ଆକ୍ଟର ଧାରା ୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.