ଉଲକାପିଣ୍ଡ ଖୋଜିଦେଲେ ମିଳିବ ପୁରସ୍କାର; ମ୍ୟୁଜିୟମ୍ ପକ୍ଷରୁ ୨୦ଲକ୍ଷ ଟଙ୍କାର ଅଫର୍

Published By : Prameya-News7 Bureau | April 12, 2023 IST

ନୂଆଦିଲ୍ଲୀ: ହଜି ଯାଇଥିବା ଉଲକାପିଣ୍ଡକୁ ଖୋଜିଲେ ମିଳିବ ପୁରସ୍କାର । ମ୍ୟୁଜିୟମ୍ ପକ୍ଷରୁ ଦିଆଯାଇଛି ଏଭଳି କିଛି ଅଫର୍ । ଉଲକାପିଣ୍ଡର ଖବର ଦେଲେ ୨୦ଲକ୍ଷ ଟଙ୍କା ମିଳିବ । ଗତକିଛି ଦିନ ହେଲା ଏହି ଖବର ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ଉଜ୍ଜ୍ବଳ ମେଟରାଇଟ୍ ଆକାଶରୁ ଖସୁଥିବାର ଫଟୋ ଲଗାଇ ଏହି  ଅଫର୍ ଦିଆଯାଇଥିବା ବେଳେ ଏହାକୁ ନେଇ ଏବେ ଫ୍ରାନ୍ସରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଉଲକାପିଣ୍ଡ ଫ୍ରାନ୍ସ ଆକାଶରେ ଖସୁଥିବା ଦେଖିବାକୁ ମିଳିଛି । ଜ୍ବଳନ୍ତ ମେଟରାଇଟ୍ ପାଇଁ ରାତିରେ ଫ୍ରାନ୍ସର ଆକାଶ ଦିନ ଭଳି ଦେଖାଯାଇଥିଲା । ଏହି ଉଲକାପିଣ୍ଡ ହଜିଯାଇଛି, ଏହାକୁ ଖୋଜିବାକୁ ପୁରସ୍କାର ଅଫର୍ ଲାଗିଛି । ମେଟରାଇଟକୁ ଖୋଜି ଆଣିଲେ ଲକ୍ଷପତି ହେବାର ସୁଯୋଗ ରହିଛି । ଏହାର ଠିକଣା ଦେଲେ ପ୍ରାୟ ୨୦ଲକ୍ଷ ଟଙ୍କା ମିଳିବ ।    

ବୈଥଲର ମୟନ ମିନେରାଲ ଏଣ୍ଡ ଜେମ୍ ମ୍ୟୁଜିୟମ ଏହି ଉଲକାପିଣ୍ଡ ଖୋଜିବା ପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି । ଏହାକୁ ଚିହ୍ନିବା ପାଇଁ ସଂଗ୍ରାଳୟ ଅଧିକାରୀ ଏହାର ଗୋଟିଏ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହାର ସନ୍ଧାନ ଲଗାଇବାର ଉପାୟ ମଧ୍ୟ କହିଛନ୍ତି ।

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ବୈଥଲର ମୟନ ମିନେରାଲ ଆଣ୍ଡ୍ ଜେମ୍ ମ୍ୟୁଜିୟମ ଅଧିକାରୀ ଏହି ମେଟରାଇଟ୍ ବାବଦରେ ଖବର ଦେଇଥିଲା । ଶନିବାର ଏହି ଉଲକାପିଣ୍ଡ ଭାଙ୍ଗି ଆକାଶମାର୍ଗକୁ କ୍ଷୀପ୍ରଗତି ଭୂ-ପୃଷ୍ଠକୁ ଖସିଥିଲା । ଯାହା ଏକ ଫାୟାର ବଲ୍ ପରି ଦେଖାଯାଉଥିଲା । ହେଲେ ଅଚାନକ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯଦି ଏହାକୁ କେହି ଚିହ୍ନଟ କରନ୍ତି, ତେବେ ତାଙ୍କୁ ପୁରସ୍କାର ରାଶି ମିଳିବ ବୋଲି କୁହାଯାଇଛି ।  

ସୂଚନା ଅନୁଯାୟୀ, ଆମେରିକୀୟ ମହାକାଶ ସର୍ବେକ୍ଷଣ ସଂସ୍ଥା ନାସା ରାଡାର୍ ମାଧ୍ୟମରେ ଏହି ମେଟରାଇଟ୍ ସନ୍ଧାନ ଲଗାଇବାକୁ ପ୍ରୟାସ ଚାଲିଛି । କାନାଡ଼ା ସୀମାରେ ପ୍ରାୟ ୪ମିନିଟ୍ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଏହି ଉଲକାପିଣ୍ଡ ଦେଖାଯାଇଥିଲା ।  ସେହିପରି କିଛି ଲୋକ ଏହାକୁ ଖାଲି ଆଖିରେ ମଧ୍ୟ ଦେଖିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଏହା ଏକ ଜ୍ବଳନ୍ତ ପିଣ୍ଡ ଭଳି ଦେଖାଯାଉଥିଲା । ଏହାର କିଛି ସମୟ ପରେ ଏକ ବିକଟାଳ ଶବ୍ଦ ହୋଇଥିଲା ।  

ମ୍ୟୁଜିୟମ ଅଧିକାରୀଙ୍କ କହିବା ମୁତାବକ ଏହି ଉଲକାପିଣ୍ଡର ଓଜନ ପ୍ରାୟ ଏକ କିଲୋଗ୍ରାମ ହେବ । ଖୋଜିବା ପାଇଁ କ୍ୟାମେରା ଫୁଟେଜ୍ ଏବଂ ସୁଟିଂ ହୋଇଥିବା ଭିଡିଓ ମଧ୍ୟ ଉପଲବ୍ଧ କରାଯାଇଛି । ତେବେ ଏହାକୁ ଖୋଜିବାକୁ କାନାଡା ସୀମାବର୍ତ୍ତୀ ଅଞ୍ଚଳରେ ଲୋକେ ଲାଗିପଡ଼ିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.