ଆସ୍କା ୨୦।୬: ସାଙ୍ଗର ଜନ୍ମଦିନ ପାଳିବାକୁ ଘରୁ ଡାକିଥିଲେ । କିନ୍ତୁ ଆଉ ଘରକୁ ଫେରିଲେନି ଯୁବକ । ପଥର ଛେଚି କଲେ ହତ୍ୟା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜରଡ ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ କବିସୂର୍ଯ୍ୟନଗର ଆଠଗଡ଼ ପାଟଣା ହରିଜନ ସାହିର ସାଗର ନାହାକ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟାରେ ସାଙ୍ଗର ଜନ୍ମଦିନ ପାଳନ କରିବା ପାଇଁ ସାଗରଙ୍କୁ ଦୁଇ ଜଣ ସାଙ୍ଗ ଘରୁ ଡାକି ନେଇଥିଲେ l ହେଲେ ରାତି ୧୨ଟା ୩୦ ମିନିଟ୍ରେ ପରିବାର ଲୋକଙ୍କୁ ଫୋନ୍ କଲ୍ ଆସିଥିଲା । ତାଙ୍କ ପୁଅ ସାଗର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜରଡ ଛକ ବରଗଛ ମୂଳେ ପଡ଼ିଛି l ପରିବାର ଲୋକେ ଯାଇ ସାଗରକୁ ସେଠାରୁ ଉଦ୍ଧାର କରି ଅଟୋରେ କବିସୂର୍ଯ୍ୟନଗର ମେଡ଼ିକାଲକୁ ନେବା ବାଟରେ ସାଗରର ମୃତ୍ୟୁ ହୋଇଥିଲା l ସାଗରର ମୁଣ୍ଡ ଆଉ ଛାତିରେ ଆଘାତ ଲାଗିଥିବା ବେଳେ ମୁଣ୍ଡକୁ ପଥରରେ ଛେଚା ଯାଇଛି l
ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି l ତେବେ କେଉଁ କାରଣକୁ ନେଇ ସାଗରଙ୍କୁ ଏମିତି ହତ୍ୟା କରାଯାଇଛି ତାର କାରଣ ଅସ୍ପଷ୍ଟ ରହିଛି l
You Can Read:
ଜଳ ନମୁନାରୁ ଚିହ୍ନଟ ହେଲା କଲେରା, ବଡ଼ଚଣା ବ୍ଲକ୍ରେ ୬ ହୋଟେଲ ସିଲ୍ କଲା ପ୍ରଶାସନ