୧୫/ ୧୦: ବିଜେପିରୁ ପ୍ରଥମ ନିର୍ବାଚନ ଜିତିଥିବା ମୁସଲମାନ ନେତା । ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ । ବାଜପେୟୀ ସରକାରରେ ରାଷ୍ଟ୍ରମନ୍ତ୍ରୀ । । ମଙ୍ଗଳବାର ବିଜେପିର ବରିଷ୍ଠ ନେତା ମୁଖତର ଅୱସ ନକ୍ଭିଙ୍କ ଜନ୍ମଦିନ । ୬୭ ତମ ଜନ୍ମଦିନ ମନାଉଛନ୍ତି ନକ୍ଭି । ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଚାର ସୁଅ । ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣିବା ତାଙ୍କ ଜୀବନ ସହ ଯୋଡିତ କିଛି ଖାସ୍ କଥା ।
୧୯୫୭ ମସିହା,୧୫ ଅକ୍ଟୋବର । ୟୁପି ପ୍ରୟାଗରାଜରେ ଜନ୍ମ ହୋଇଥିଲେ ବିଜେପିର ଏହି ବରିଷ୍ଠ ନେତା । ପ୍ରାଥମିକ ଶିକ୍ଷା ପ୍ରୟାଗରାଜରେ ଶେଷ ହେବା ପରେ ଆହ୍ଲାବାଦ ୟୁନିଭରସିଟିରେ ଉଚ୍ଚ ଶିକ୍ଷା କରିଥିଲେ । କଲେଜ ଜୀବନରୁ ହିଁ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ୧୯୭୫ ମସିହାରେ ଦେଶରେ ଏମରଜେନ୍ସି ଲାଗୁ ହେବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା । ଆଉ ପ୍ରୟାଗରାଜରେ ନୈନି ସେଣ୍ଟ୍ରାଲ ଜେଲ୍ରେ ବନ୍ଦୀ ଜୀବନ କାଟିଛନ୍ତି ନକ୍ଭି । । ଛାତ୍ର ରାଜନୀତି ପରେ ଯେତେବେଳେ ସେ ରାଷ୍ଟ୍ରୀୟ ରାଜନୀତିରେ ପାଦ ରଖିଥିଲେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ।
ପ୍ରଥମ ଥର ଜନତା ପାର୍ଟିରୁ ନିର୍ବାଚନ ଲଢିଥିଲେ ମଧ୍ୟ ସେ ସଫଳ ହୋଇନଥିଲେ । ବିଜେପିରେ ସାମିଲ ହେବା ପରେ ତାଙ୍କର ଭାଗ୍ୟ ଖୋଲିଯାଇଥିଲା । ୧୯୯୮ରେ ଲୋକସଭା ନିର୍ବାଚନରେ ନକ୍ଭିଙ୍କୁ ଉତ୍ତରପ୍ରଦେଶ ରାମପୁର ଆସନରୁ ଟିକେଟ ଦେଇଥିଲା ବିଜେପି । ନିର୍ବାଚନ ଲଢିବା ସହ ଜିତିଥିଲେ ମଧ୍ୟ । ୟେ ପ୍ରଥମ ଥର ଥିଲା ବିଜେପିର କୌଣସି ମୁସଲମାନ ଚେହେରା ଲୋକସଭା ନିର୍ବାଚନ ଜିତି ସଂସଦରେ ପହଞ୍ଚିଥିଲେ । ଏହା ପରେ ବାଜପେୟୀଙ୍କ ସରକାରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ । ୨୦୧୦ରୁ ୨୦୧୬ ଯାଏ ସେ ଉତ୍ତରପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଥିଲେ । ପୁଣି ୨୦୧୬ରେ ନକ୍ଭିଙ୍କୁ ଝାଡଖଣ୍ଡରୁ ରାଜ୍ୟସଭା ସଦସ୍ୟ ଭାବରେ ନିଯୁକ୍ତି ମିଳିଥିଲା । ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ସଂସଦୟୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀର ଦାୟିତ୍ବ ମିଳିଥିଲା ତାଙ୍କୁ । ୨୦୧୯ରେ ମୋଦି ସରକାରଙ୍କ ସେକେଣ୍ଡ ଟର୍ମରେ ମୁଖତାରଙ୍କୁ ପୁଣି କ୍ୟାବିନେଟ୍ରେ ସାମିଲ କରାଯାଇଥିଲା । ଜୁଲାଇ ୨୦୨୨ରେ ନକ୍ଭି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ନିଜର ରାଜନୈତିକ କ୍ୟାରିୟରକୁ ନେଇ ୩ଟି ପୁସ୍ତକ ଲେଖିଛନ୍ତି ନକ୍ଭି ।