Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଡ ପରଦାରେ ଆସିବ ‘ଶକ୍ତିମାନ’, ୩୦୦ କୋଟିର ରହିଛି ବଜେଟ୍‌

6/06/2023 at 8:56 AM

ମୁମ୍ବାଇ ୦୬।୦୬: ୯୦ ଦଶକର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’ । ଏବେ ପୁଣିଥରେ ଲୋକଙ୍କ ସାମ୍ନାକୁ ଆସିବାକୁ ଯାଉଛି ସେହି ଶକ୍ତିମାନ । କିନ୍ତୁ ଏଥର ସିରିଏଲ ନୁହେଁ ବରଂ ବଡ଼ ପରଦାରେ ଅର୍ଥାତ୍ ଫିଲ୍ମ ଆକାରରେ ଆସୁଛି । ତାହା ପୁଣି ଆନ୍ତର୍ଜାତୀୟ ଷ୍ଟାଇଲ୍‌ରେ । ଏନେଇ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି ଖୋଦ୍‌ ଶକ୍ତିମାନ ଓରଫ୍ ମୁକେଶ ଖନ୍ନା  ।

ସେ କହିଛନ୍ତି ଫିଲ୍ମଟି ବଡ଼ ଆକାରରେ ଆସୁଛି । ପୂର୍ବରୁ ଏନେଇ ଘୋଷଣା ସରିଛି । ହେଲେ ବିଭିନ୍ନ କାରଣ ପାଇଁ ଏହା ବିଳମ୍ବ ହେଉଥିଲା । କିନ୍ତୁ ଏବେ ପ୍ରାୟ ସବୁ କାଗଜପତ୍ର କାମ ସରିଯାଇଛି । ଏଥିପାଇଁ ସାଇନ୍‌ ମଧ୍ୟ ନେଇସାରିଛନ୍ତି । ଫିଲ୍ମଟି ୨୦୦ରୁ ୩୦୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହେବ ।

ଏଥିରେ କିଏ ଅଭିନୟ କରିବ ସେନେଇ ମୁଁ ସୂଚନା ଦେଇପାରିବି ନାହିଁ । କିନ୍ତୁ ଖୁବ୍‌ଶୀଘ୍ର ଏନେଇ ଅଫିସିଆଲ ଘୋଷଣା କରାଯିବ । ରଣବୀର ସିଂହ ଏଥିରେ ଅଭିନୟ କରିପାରନ୍ତି ବୋଲି ସେ କରିଛନ୍ତି ଆଶଙ୍କା । କିନ୍ତୁ ଅଫିସିଆଲି କିଛି କୁହାଯାଇ ନାହିଁ ।

ଏହି ଫିଲ୍ମରେ ଖୋଦ୍‌ ମୁକେଶ ଖନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରୁନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ପିଲ୍ମକୁ ସୋନି ପିକ୍‌ଚର୍ସ ପ୍ରସ୍ତୁତ କରୁଛି । ସୋନି ପିକ୍‌ଚର୍ସ ସ୍ପାଇଡର ମ୍ୟାନ୍‌ ଭଳି ଫିଲ୍ମ କରିଛି । ଯାହାକି ଖୁବ୍‌ ଲୋକପ୍ରିୟ ।

ଶକ୍ତିମାନ ୧୯୯୭ରେ ଭାରତରେ ଦୁରଦର୍ଶନ ଚ୍ୟାନେଲ୍‌ରେ ପ୍ରକାଶିତ ହୋଇଥିଲା । ଏହି ସିରିଏଲ ଦୀର୍ଘ ବର୍ଷ ଧରି ଲୋକଙ୍କୁ ବାନ୍ଧି ରଖିଥିଲା । ସେତେବେଳେ ଏହାର ଫ୍ୟାନ୍ ଫଲୋଅର୍ସ ସବୁଠାରୁ ଅଧିକ ଥିଲେ ।

You Can Read:

   Related Posts