IPL ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀଙ୍କ ଘୋଷଣା, ଏଣିକି ନୂଆ ରୋଲରେ ଆସିବେ ମାହୀ, ବଢିଲା ଫ୍ୟାନ୍ସଙ୍କ ଉତ୍କଣ୍ଠା

Published By : Prameya-News7 Bureau | March 05, 2024 IST

ମୁମ୍ୱାଇ ୦୫/୦୩: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ସେ କ୍ୟାପଟେନ୍ କୁଲ୍, ରିଜର୍ଭ କ୍ରିକେଟର । ସୋସିଆଲ ମିଡିଆରେ ସେ ସର୍ବଦା ଡିଆକ୍ଟିଭ୍ । ନେ କେବେ ପୋଷ୍ଟ କରନ୍ତି ନା କୁହନ୍ତି ମନର କଥା । କିନ୍ତୁ ଏବେ ସୋସିଆଲ ମିଡିଆରେ ତାଙ୍କ ଟ୍ୱିଟ୍‌କୁ ନେଇ ଝଡ । କାହିଁକି ଏମିତି ଲେଖିଲେ ଧୋନୀ । ସେ ପ୍ରଶ୍ନ ଏବେ ପ୍ରତିଟି ଫ୍ୟାନ୍ସଙ୍କ ମନରେ ।

କାରଣ ଚେନ୍ନାଇର ଧଡକନ କୁହାଉଥିବା ମାହୀ ଫ୍ୟାନ୍ସଙ୍କୁ କଣ ଦେବେ ସରପ୍ରାଇଜ୍? କଣ ଏଥର ଆଇପିଏଲ୍‌ ହେବ କି ଲାଷ୍ଟ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଦର୍ଶକ । ଯାହା ଲାଗୁଛି ବୋଧହୁଏ କିଛି ଗୋଟେ ବଡ ସରପ୍ରାଇଜ ଦେବାକୁ ଯାଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ସୋସିଆଲ ମିଡିଆରେ ଲେଖିଛନ୍ତି ମନର କଥା ।

wp:html /wp:html

ଧୋନୀ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ ନୂଆ ସଂସ୍କରଣ ଓ ନୂଆ ଭୂମିକା ପାଇଁ ଆଉ ଅପେକ୍ଷା କରି ହେଉନି । ଆପଣ ମାନେ ମୋ ଯୋଡ଼ି ହୋଇ ରୁହନ୍ତୁ । ତେବେ ପୋଷ୍ଟରେ ଧୋନି ନିର୍ଦ୍ଦିଷ୍ଟ ଭାବେ ୨୦୨୪ ଆଇପିଏଲର ନୂଆ ସଂସ୍କରଣ ବିଷୟରେ କହିନାହାନ୍ତି । ତଥାପି ଫ୍ୟାନ୍ସ ଆଇପିଏଲ ସହ ଧୋନିଙ୍କ ପୋଷ୍ଟକୁ ଯୋଡ଼ିବାରେ ଲାଗିଛନ୍ତି । ଧୋନୀଙ୍କ ପୋଷ୍ଟ ମାତ୍ର କିଛି ମିନିଟ ମଧ୍ୟରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫ୍ୟାନ୍ସଙ୍କ ମଧ୍ୟରେ ବି ଧୋନୀଙ୍କ ନୂଆ ଭୂମିକାକୁ ବେଶ ଉତ୍କଣ୍ଠା ପ୍ରକାଶ ପାଇଛି । କହିବାକୁ ଗଲେ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟ ମହାକୁମ୍ଭ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହା ପୂର୍ବରୁ ୨୦୨୩ରେ ଚେନ୍ନାଇ ଆଇପିଏଲ ୫ମ ଥର ଟାଇଟଲ ହାତେଇଥିଲା ଧୋନୀ ବାହିନୀ । ଆଇପିଏଲ୍‌ ଛଡା ଧୋନୀ କୌଣସି ପ୍ରକାରର ଫର୍ମାଟରେ ଖେଳିନାହାଁନ୍ତି ଧୋନୀ । ୨୦୨୪ ଆଇପିଏଲ୍‌ରେ ସିଧାସଳଖ ଆଇପିଏଲ୍‌ ଖେଳିବେ ।

you can also read...

wp:embed {"url":"https://www.prameyanews7.com/fight-for-tickets-of-india-pakistan-match-price-reaches-rs-1-86-crore-in-icc-t-20-world-cup-2024/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fight-for-tickets-of-india-pakistan-match-price-reaches-rs-1-86-crore-in-icc-t-20-world-cup-2024/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.