ମ୍ୟାଚ୍ ବିଜୟ ପରେ ଜଦ୍ଦୁଙ୍କୁ ଟେକି କାନ୍ଦିଲେ ମାହୀ, ପ୍ରତିକ୍ରିୟାରେ କହିଲେ ଇଏ ମୋର ଇମୋସନ....ଏ ଲୁହ ବିଜୟର ଲୁହ...

Published By : Prameya-News7 Bureau | May 30, 2023 IST

ଅହମ୍ମଦାବାଦ ୩୦।୦୫ : ପୁଣି କମାଲ କଲା ଧୋନି ବାହିନୀ । ଗୁଜରାଟ ଟାଇଟନ୍ସକୁ ଫାଇନାଲ୍‌ ମ୍ୟାଚ୍‌ରେ ମାତ୍‌ ଦେଲା ଚେନ୍ନାଇ ସୁପର କିଙ୍ଗସ୍‌ । ଆଉ ୫ ଥର ପାଇଁ ହାତେଇଲା ଆଇପିଏଲ୍‌ ଟ୍ରଫି । ପୁରା କ୍ୟାମ୍ପରେ ଖୁସିର ମାହୋଲ ଥିବା ବେଳେ ନିରବ ଥିଲେ ଧୋନି । ପ୍ରଥମ ଥର ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ଆଖିରେ ଲୁହରେ ଦେଖିବାକୁ ମିଳିଥିଲା । ଯାହାକି ଖୁବ୍‌ କମ୍‌ ଦେଖିବାକୁ ମିଳେ ।

wp:html /wp:html

ସୋମବାର ଦିନ ଅହମ୍ମଦାବାଦ୍‌ ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଆଇପିଏଲ୍‌ ୨୦୨୩ରେ ଫାଇନାଲ ମୁକାବିଲା ଖେଳାଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ଟିମ୍‌ ଚେନ୍ନାଇ ସମ୍ମୁଖରେ ୨୧୫ରନ୍‌ ଟାର୍ଗେଟ ଦେଇଥିଲେ । କିନ୍ତୁ ବର୍ଷା ଲାଗି ପରେ ୧୫ ଓଭରରେ ୧୭୧ ରନ୍‌ର ଟାର୍ଗେଟ ଆସିଥିଲା । ଚେନ୍ନାଇ ଟିମ୍‌ ଟାର୍ଗେଟକୁ ପିଛା କରି ଭଲ ଆରମ୍ଭ ମଧ୍ୟ କରିଥିଲା । ପାଓ୍ୱାର ପ୍ଲେ ଦଳ ପକ୍ଷରୁ ରୁତୁରାଜ ଗାଏକଓ୍ୱାର୍ଡ ଏବଂ ଡେଭିନ୍‌ କନଭ୍ୱେ ଦମ୍‌ଦାର ଆରମ୍ଭ କରିଥିଲେ । ପରେ ଲଗାତର ଅନ୍ତରାଳରେ ଓ୍ୱିକେଟ୍‌ ପଡିଥିଲା । ଶେଷ ଓଭରରେ ୧୩ ରନ୍‌ ଦରକାର ଥିଲା । କ୍ରିଜ୍‌ରେ ଥିଲେ ରବିନ୍ଦ୍ର ଜାଡେଜା ଏବଂ ଶୁଭମ୍‌ ଦୁବେ ।

{"id":794837,"sizeSlug":"full","linkDestination":"none"}
insidesport

ତେବେ ଏହି ସମୟରେ ଡଗଆଉଟ୍‌ରେ ବସିଥିବା ଧୋନିଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ସବୁ ବେଳେ ଡଗ୍‌ଆଉଟ୍‌ରେ ଚୁପ୍‌ଚୁପ ବସୁଥିବା ଧୋନି କିନ୍ତୁ ଏଥରକ ନିଜ ଆଖିକୁ ବନ୍ଦ କରି ବସିଥିଲେ । ଠିକ୍‌ ଏହି ସମୟରେ ଯେତେବେଳେ ଜାଡେଜା ଏକ ଛକ୍କା ଏବଂ ଚୌକା ମାରି ମ୍ୟାଚ୍‌ ଜିତାଇ ଦେଇଥିଲେ । ସେତେବେଳେ ଧୋନି ବସିଥିବା ଆସନରୁ ଉଠିଯାଇଥିଲା ।

{"id":794838,"sizeSlug":"full","linkDestination":"none"}
IPL

ଆଉ ମ୍ୟାଚ୍‌ ବିଜୟ ପରେ ପଡିଆରୁ ଦୌଡି ଆସୁଥିବା ଜାଡେଜାଙ୍କୁ ନିଜ କାନ୍ଧରେ ଟେକି ନେଇଥିଲେ । ଏହି ସମୟରେ ଧୋନିଙ୍କ ଆଖିରେ ଲୁହ ଆସୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଧୋନି ପୁରସ୍କାର ବିତରଣ ଉତ୍ସବରେ ମାନିଥିଲେ । ଧୋନି କହିଥିଲେ, ଶେଷରେ ମୁଁ ବି ମଣିଷ । ଏତେ ବଡ଼ ଖୁସିର ମୁହୁର୍ତ୍ତରେ ଆଖିରୁ ଲୁହ ଆସିବା ସ୍ୱାଭାବିକ କଥା ।

wp:html /wp:html

You Can Read :

wp:embed {"url":"https://www.prameyanews7.com/hardik-pandya-on-ms-dhoni/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hardik-pandya-on-ms-dhoni/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.