ବୁଢା କହି ଧୋନିଙ୍କୁ ଟିମରୁ ବାହାର କରିବା ପାଇଁ ହେଉଥିଲା ଆଲୋଚନା : ଦୁନିଆର ସର୍ବୋତ୍ତମ ୱିକେଟ କିପର ହୋଇ ଇତିହାସ ରଚିଲେ ଧୋନି

Published By : Prameya-News7 Bureau | June 25, 2019 IST

ନୂଆଦିଲ୍ଲୀ ୨୫/୬ : ଭାରତୀୟ କ୍ରିକେଟ ଟିମର ଧୂଆଁଧାର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନି ଯେଉଁଭଳି ବ୍ୟାଟିଂ କରନ୍ତି ତାଠାରୁ ମଧ୍ୟ ଭଲ ୱିକେଟ କିପିଙ୍ଗ କରନ୍ତି । ତାଙ୍କୁ ଦୁନିଆର ସର୍ବୋତ୍ତମ ୱିକେଟ କିପର ବୋଲି କୁହାଯାଏ । ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଧୋନି ବ୍ୟାଟିଙ୍ଗରେ ଭଲ ପ୍ରଦର୍ଶନ କରିନଥିଲେ କିନ୍ତୁ ୱିକେଟ କିପିଙ୍ଗରେ ରେକର୍ଡ ସୃଷ୍ଟି କରିଥିଲେ । ଆଫଗାନିସ୍ତାନ ବିପକ୍ଷରେ ଭାରତ ୧୧ ରନରେ ମ୍ୟାଚ ଜିତିଥିଲା । ଷ୍ଟମ୍ପିଙ୍ଗରେ ଧୋନି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । A ତାଲିକାରେ ଅର୍ଥାତ ୫୦ ଓଭରରେ କ୍ରିକେଟରେ ସବୁଠାରୁ ଅଧିକ ଷ୍ଟମ୍ପିଙ୍ଗ କରି ରେକର୍ଡ ସୃଷ୍ଟି କରିଛନ୍ତି ।

{"id":126969}

ଧୋନି ଚହଲଙ୍କ ବଲରେ ରସିଦ ଖାନଙ୍କୁ ଷ୍ଟମ୍ପ ଆଉଟ କରିଥିଲେ । ଏହି ଷ୍ଟମ୍ପ ସହ ଏହା ଧୋନିଙ୍କ କ୍ୟାରିୟରର ୧୪୦ତମ ଷ୍ଟମ୍ପିଙ୍ଗ ହୋଇଯାଇଛି । ଏହା ପୂର୍ବରୁ ପାକିସ୍ତାନର ମୋଇନ ଅଲୀ ୧୩୯ ଷ୍ଟମ୍ପିଙ୍ଗ କରିଥିଲେ । ୧୪୦ ଷ୍ଟମ୍ପିଙ୍ଗ କରି ମୋଇନଙ୍କ ରେକର୍ଡ ଭାଙ୍ଗିଛନ୍ତି ଧୋନି ।

{"id":126970}

ବିଶ୍ୱକପରେ ସବୁଠାରୁ ଅଧିକ ଷ୍ଟମ୍ପିଙ୍ଗ କରିଥିବା ଖେଳାଳିଙ୍କ ମଧ୍ୟରେ ଧୋନି ସଂଯୁକ୍ତ ଭାବେ ଦ୍ୱୁତୀୟ ସ୍ଥାନରେ ଅଛନ୍ତି । ସେ ଏଯାଏଁ ୭ଟି ଷ୍ଟମ୍ପିଙ୍ଗ କରିଛନ୍ତି । ପାକିସ୍ତାନର ମୋଇନ ଅଲୀ, ଅଷ୍ଟ୍ରେଲିଆର ଏଡମ ଗିଲଖ୍ରୀଷ୍ଟ ମଧ୍ୟ ୭ଟି ଲେଖାଏଁ ଷ୍ଟମ୍ପିଙ୍ଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.