ଆରଆଇ ଅଫିସ୍ ପିଅନଙ୍କୁ ହତ୍ୟା : ମା’ ଓ ୩ ପୁଅକୁ ଆଜୀବନ କାରାଦଣ୍ଡାଦେଶ

Published By : Prameya-News7 Bureau | April 29, 2023 IST

ଧର୍ମଗଡ ୨୯।୪: ସରକାରୀ ଜବରଦଖଲକୁ ପ୍ରତିବାଦ କରିବାରୁ ଆଟିଗାଁ ଆରଆଇ ଅଫିସର ପିଅନଙ୍କ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ମା’ ସହ ୩ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ।  

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଆଟିଗାଁଠାରେ ଗତ ୨୦୧୮ ମସିହାରେ ଆରଆଇ ଅଫିସର ଜଣେ ଅସ୍ଥାୟୀ ପିଅନଙ୍କୁ ଗୋଟିଏ ପରିବାରର ମା’ ଏବଂ ୩ ପୁଅ ମିଶି ନିର୍ମମ ଭାବେ ହତ୍ୟା କରିଥିଲେ । ଅଭିଯୁକ୍ତମାନେ ଗତ ୨୦୧୮ ମସିହାରେ ଆଟିଗାଁ ଆରଆଇ ଅଫିସ ନିକଟରେ ଏକ ସରକାରୀ ସ୍ଥାନରେ ଘର ତିଆରି ପାଇଁ ନିଅଁ ଖୋଳୁଥିଲେ l ଏହା ଜାଣିବା ପରେ ଆରଆଇ ଅଫିସରେ କାର୍ଯ୍ୟରତ ଅସ୍ଥାୟୀ ପିଅନ ଭାବରେ କାର୍ଯ୍ୟ କରୁଥିବା ଛାୟାକାନ୍ତ ଦଣ୍ଡସେନା ଏହାର ପ୍ରତିବାଦ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମା’କୁ ଚିତା ଦଣ୍ଡସେନା ବଡ ପୁଅ ରାଧୁ ହାତରେ ଏକ ଟାଙ୍ଗିଆ ଦେଇଥିଲେ l ଆଉ ଦୁଇ ଭାଇ ପିତ ଓ ରାଧୁ ଦଣ୍ଡସେନା ମଧ୍ୟ ସାମିଲ ହୋଇ ଛାୟାକାନ୍ତଙ୍କୁ ନିର୍ମମ ହତ୍ୟା କରିଥିଲେ l

ପରେ ଜୁନାଗଡ ପୋଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରାଯାଇ ୪ ଜଣଙ୍କୁ ଗିରଫ କରାଯାଇଥିଲା l ଶନିବାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବନ୍ଦନା କର ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ସମସ୍ତଙ୍କୁ ୫୦ହଜାର ଲେଖାଏଁ ଅର୍ଥ ଦଣ୍ଡାଦେଶ ଶୁଣାଇଛନ୍ତି l ଅର୍ଥ ଅନାଦେୟ ହେଲେ ଆହୁରି ବର୍ଷେ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.