ସର୍ପ ଦଂଶନ ନେଲା ୨ ଜୀବନ, ବିଷାକ୍ତ ସାପ ଚୋଟରେ ମା’ ଓ ୨ ବର୍ଷ ଶିଶୁ କନ୍ୟାଙ୍କ ମୃତ୍ୟୁ
9/09/2023 at 1:26 PM

ବାଂଶପାଳ ୯।୯: ପୁଣି ଜୀବନ ନେଲା ସାପ କାମୁଡା । ମା’ ଓ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ମରସୁଆଁ ରୁଗୁଡ଼ିସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାରେ ଥମୁନି ସର୍ପାଘାତଜନିତ ମୃତ୍ୟୁ । ବିଷାକ୍ତ ସାପ ଚୋଟରେ ଆଉ ଦୁଇ ଜୀବନ ଯାଇଛି । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ମରସୁଆଁ ରୁଗୁଡି ସାହିରେ ଶୁକ୍ରବାର ରାତିରେ ଖାଇପିଇ ଶୋଇଥିବା ସମୟରେ ଗ୍ରାମର ସୁଖମନି ମୁଣ୍ଡା ଏବଂ ତାଙ୍କର ୨ ବର୍ଷର ଶିଶୁ କନ୍ୟାକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଭୋର ସମୟରେ ମା’ ଓ ଶିଶୁ ଅସୁସ୍ଥ ହୋଇପଡ଼ିଥିବା ବେଳେ କିଛି ସମୟ ମଧ୍ୟରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ସୁଖମନିଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଙ୍କୁ ଅଣାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତାଙ୍କ ପରିବାରରେ ରହିଥିବା ବର୍ଷକର ଶିଶୁ କନ୍ୟା ସମେତ ୩ ଶିଶୁ ମା’ ଛେଉଣ୍ଡ ହୋଇଯାଇଥିବା ବେଳେ ସ୍ବାମୀ ସୁରେନ ମୁଣ୍ଡା ଭାଙ୍ଗି ପଡିଛନ୍ତି । ଏହି ଘଟଣାକୁ ନେଇ ମୁରୁସୁଆଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
You Can Read :